ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 7, 2019

ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ। ସେମାନେ ଆସୁଥିବା ରାଜଧାନୀ ଏକ୍ସପ୍ରେସ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଛି। ଆଉ କିଛି ସମୟ ପରେ ଜଗା କାଳିଆ କଟକରେ ଆସି ପହଞ୍ଚିବେ। ଜଗା-କାଳିଆଙ୍କ ରହିବା ପାଇଁ କଟକ ବଡ଼ଡାକ୍ତରଖାନାରେ ବିଶେଷ ବ୍ୟବସ୍ଥା ହୋଇଛି।

ପ୍ରାୟ ଦୁଇ ବର୍ଷ ପରେ ଦିଲ୍ଲୀରୁ ଓଡ଼ିଶା ଫେରୁଥିବାରୁ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ ଅଭିମୁଖେ ଜଗା-କାଳିଆ ବାହାରିଥିଲେ। ଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନାସ୍ଥେସିଆ ବିଭାଗ ଡାକ୍ତର ଗିରିଜା ରଥଙ୍କ ସହ ଓଡ଼ିଶା ନିବାସ କର୍ମଚାରୀଙ୍କୁ ମିଶାଇ ମୋଟ ୧୧ ଜଣ ଜଗା-କାଳିଆଙ୍କ ସହ ଆସୁଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ।

 



from Odisha Reporter https://ift.tt/2UCkFMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages