ଚାକିରି ଦେବାକୁ କହି ଠକୁଥିଲେ, ବନ୍ଧାହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ଚାକିରି ଦେବାକୁ କହି ଠକୁଥିଲେ, ବନ୍ଧାହେଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇ ଦୀର୍ଘ ୪ ବର୍ଷ ହେବ ଯୁବକଯୁବତୀଙ୍କୁ ଠକୁଥିବା ୩ ଜଣଙ୍କୁ  ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ପୁଲିସ୍‌ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରେ ଅଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୁଲିପାଟଣା ସାହିର ଆଶିଷ ପାତ୍ର ଓ ତାଙ୍କ ସ୍ତ୍ରୀ ରଞ୍ଜନା ବର୍ମା ଏବଂ ଭୁବନେଶ୍ୱରର ଅନିଲ କୁମାର ବାନାର୍ଜୀ।

ସେମାନଙ୍କ ଚେର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ଯାଏ ଲମ୍ବିଥିବା ଜଣାଯାଇଛି। ଟଙ୍କା ଦେଇ ମଧ୍ୟ ଚାକିରି ନ ମିଳିବାରୁ ଶତାଧିକ ଯୁବକଯୁବତୀ ଗତକାଲି ଉମରକୋଟ ଥାନା ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ୩ ଜଣଙ୍କୁ ଗିରଫ କରିଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ମଧ୍ୟ ଅନୁସନ୍ଧାନ ଚଳାଇଛି ପୁଲିସ୍‌।

ପୁଲିସ୍‌ ସୂଚନା ଅନୁଯାୟୀ, ଏହି ତିନିଜଣ ଗତ ୪ବର୍ଷ ହେବ ଜାତୀୟ ମାନବିକ ଅଧିକାର ନାଗରିକ କମିଶନ ନାଁରେ ନବରଙ୍ଗପୁର ଓ ଉମରକୋଟରେ ଅଫିସ ଖୋଲିଥିଲେ। ଚାକିରି ଦେବାର ପ୍ରଲୋଭନ ଦେଖାଇ ରାଇଘର, ଉମରକୋଟ୍, ଝରିଗାଁ ଏବଂ କଳାହାଣ୍ଡି ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। ଏପରିକି ଜଣକ ପିଛା ୪୦ ହଜାରରୁ ୧୦ ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ନେଇଥିଲେ। ହେଲେ ଚାକିରି ଦେବାର ନାଁଗନ୍ଧ ଧରୁ ନ ଥିଲେ।

ଟଙ୍କା  ନେବା ପରେ ଆସ୍ଥା ସୃଷ୍ଟି କରିବା ପାଇଁ ଉକ୍ତ ସଂସ୍ଥା ପକ୍ଷରୁ ବହୁ ଯୁବକଯୁବତୀଙ୍କୁ  ନିଯୁକ୍ତିପତ୍ର ମଧ୍ୟ ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହା ଜାଲ୍‌ ଥିବା ଜଣା ପଡ଼ିଥିଲା। ଏହାପରେ ଟଙ୍କା ଦେଇଥିବା ଯୁବକଯୁବତୀ ଟଙ୍କା ଫେରସ୍ତ ମାଗିବାରୁ ସେମାନେ ଆଜି, କାଲି କହି ସମୟ ଗଡ଼ାଉଥିଲେ।

ଏହା ଦେଖି କିଛି ଯୁବକଯୁବତୀଙ୍କର ଏହି ସଂସ୍ଥା ଉପରେ ସନ୍ଦେହ ହୋଇଥିଲା। ସେମାନେ ଗତକାଲି ଉମରକୋଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ୍‌ ଗତକାଲି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।



from Odisha Reporter https://ift.tt/2mVmE25

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages