ବ୍ରହ୍ମପୁର(ଜଗନ୍ନାଥ ସାହୁ): ବିଚ୍ ରାସ୍ତାରେ ଯୁବକର ଗୁଣ୍ଡାଗର୍ଦ୍ଦି। ସର୍ବସମ୍ମୁଖରେ ନାବାଳିକା ଓ ତାଙ୍କ ସଂପର୍କୀୟଙ୍କୁ ଜଣେ ଯୁବକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରୁ ଆମ୍ବପୁଅ ଯିବା ବାଟରେ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ନାବାଳିକା ଜଣକ ନିଜ ସଂପର୍କୀୟଙ୍କ ସହ କାର୍ରେ ଯାଉଥିବା ବେଳେ ଯୁବକଜଣକ ବାଇକ୍ରେ ଆସି ସେମାନଙ୍କ କାର୍ ଆଗରେ ଗାଡ଼ିକୁ ରଖିଦେଇଥିଲେ। ଏହାପରେ ଉକ୍ତ କାର୍ ଚାବି ନେଇଗଲେ। ଏହାଦେଖି ଗାଡ଼ିରେ ଥିବା ନାବାଳିକା ଓ ତାଙ୍କ ସମ୍ପର୍କୀୟ କାର୍ ଚାବି ମାଗିଥିଲେ।
ଏଥିରେ ଉତ୍ତ୍ୟକ୍ତ ଯୁବକ ନାବାଳିକାଙ୍କୁ କାର୍ ଭିତରୁ ଟାଣି ଆଣି ମାଡ଼ ମାରିଥିଲେ। ପ୍ରାୟ ୧୫ ମିନିଟ୍ ଏପରି ଚାଲିବା ପରେ ଯୁବକଜଣକ କାର୍ ଚାବି ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ। ଯୁବକଜଣକ କିଏ ଓ ତାଙ୍କର କାର୍ରେ ଯାଉଥିବା ୨ ଜଣଙ୍କ ସହ ସମ୍ପର୍କ କ’ଣ ତଥା କ’ଣ ପାଇ ରାସ୍ତା ଉପରେ ସେ ମାଡ଼ ମାରିଲେ ସେ ସମ୍ପର୍କରେ କିଛି ଜଣା ପଡ଼ି ନାହିଁ।
ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
from Odisha Reporter https://ift.tt/2mWqxDY
No comments:
Post a Comment