ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବାଲିମେଳା ଜଳଭଣ୍ଡାରରେ ଏକ ଡଙ୍ଗା ଓଲଟି ପଡ଼ିଛି। ଆମ୍ବିଳିବେଢା ନିକଟରେ ଏହି ଅଘଟଣ ଘଟିଛି । ଡଙ୍ଗାରେ ମୋଟ୍ ୪ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳରେ ଆସି ପହଞ୍ଚିଛନ୍ତି।ଏବେ ବି ତିନି ଜଣ ନିଖୋଜ ରହିଛନ୍ତି।
ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଛି। ବାଲିମେଳା ଜଳ ଭଣ୍ଡାର ଦେଇ ନାକାମାମୁଡୁରୁ ନିଜ ଘର ତୋଟାଗୁଡ଼ାକୁ ଯିବା ବେଳେ ଆମ୍ବିଳିବେଢା ନିକଟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଡଙ୍ଗାଟି ଓଲଟି ପଡ଼ିଥିଲା।
ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରାୟସ ଆରମ୍ଭ କରିଛି। ତେବେ କୂଳଠାରୁ ବହୁ ଦୂରରେ ଏହି ଅଘଟଣ ଘଟିଥିବାରୁ ପ୍ରଶାସନ ସେଠାରେ ପହଞ୍ଚିବାରେ ବିଳମ୍ୱ ହୋଇପାରେ।
from Odisha Reporter https://ift.tt/2LT6WwJ
No comments:
Post a Comment