ଭବାନୀପାଟଣା(ରାଜକୁମାର ସିଂଦେଓ): ଶିକାରୀ ଗୁଳିରେ ଜଣେ ଶିକାରୀର ମୃତ୍ୟୁ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ରାଇଦୁଣି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ୫ ଦିନ ପରେ ଘଟଣା ସାମ୍ନାକୁ ଆସିଛି । ଗାଁର କିଛି ଲୋକ ଗତ ୯ ତାରିଖ ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ସେଠାରେ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ରାଜୁ ମାଝୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଏହି ଘଟଣା ପ୍ରଘଟ ହେବା ପୂର୍ବରୁ ଗାଁ ନିକଟ ଜଙ୍ଗଲରେ ହିଁ ଶବ ପୋଡି ଦିଆଯାଇଥିଲା। ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ମୃତକଙ୍କ ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ କେସିଙ୍ଗା ପୋଲିସ ପୋଡାଯାଇଥିବା ସ୍ଥାନକୁ ଯାଇ ପାଉଁଶ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି। ପୁଲିସ ତଦନ୍ତ କରି ୮ ଜଣଙ୍କୁ ଅଟକ ରଖିଛି। ସେମାନଙ୍କଠାରୁ ୨ଟି ବନ୍ଧୁକ ଜବତ ହୋଇଛି।
from Odisha Reporter https://ift.tt/34IoCE2
No comments:
Post a Comment