ଜମ୍ମୁ କଶ୍ମୀରରେ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 28, 2019

ଜମ୍ମୁ କଶ୍ମୀରରେ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜାତିସଂଘରେ ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଅନ୍ୟପଟେ ଆଜି ଜମ୍ମୁ କଶ୍ମୀରର ବଟୋଟ-ଡୋଡା ରାସ୍ତାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯବାନ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ୨-୩ ଆତଙ୍କବାଦୀ ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ଏହି ଆକ୍ରମଣରେ କିନ୍ତୁ କୌଣସି ପକ୍ଷ ମୃତାହତ ହୋଇ ନାହାନ୍ତି।

ପୂର୍ବରୁ ଗୁଇନ୍ଦା ଏ ନେଇ ସତର୍କ କରାଇ ସାରିଥିଲା। ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ନିଜର ପକ୍ଷ ରଖିସାରିବା ପରେ ସୀମାରେଖାରେ କୌଣସି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଗୁଇନ୍ଦା ରିପୋର୍ଟ ପାଇଥିଲା। ଯାହା ସତ ହୋଇଛି।

ଆତଙ୍କବାଦୀ ସଂଗଠନ ‘ଜାମାତ୍-ଅଲ୍-ହଦିସ’ର ୩ରୁ ୪ ହଜାର ଆତଙ୍କବାଦୀ ଅକ୍ଚୋବରରେ ସୀମାରେଖାରେ ଅନୁପ୍ରବେଶ କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ଗୋଟିଏ ମାସ ପୂର୍ବରୁ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଗୁଇନ୍ଦା ରିପୋର୍ଟ ଦେଇଥିଲା। ‘ଜମାତ୍-ଅଲ୍-ହଦିସ’ ୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦର ନୂଆ ସଂଗଠନ।



from Odisha Reporter https://ift.tt/2nrw59c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages