ଏହି କାରଣରୁ ମହମ୍ମଦ ରଫିଙ୍କ ସହ ଗୀତ ଗାଇବା ବନ୍ଦ କରିଦେଇଥିଲେ ଲତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 28, 2019

ଏହି କାରଣରୁ ମହମ୍ମଦ ରଫିଙ୍କ ସହ ଗୀତ ଗାଇବା ବନ୍ଦ କରିଦେଇଥିଲେ ଲତା

ମୁମ୍ୱାଇ : ଭାରତରତ୍ନ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଆଜି ହେଉଛି ଜନ୍ମଦିନ। ୧୯୨୯ ମସିହା ୨୮ ସେପ୍ଟେମ୍ୱରରେ ମଧ୍ୟ ପ୍ରଦେଶର ଏକ ମଧ୍ୟବିତ୍ତ ମରାଠି ପରିବାରରେ ଲତା ଜନ୍ମ ଗ୍ରହଣ କରିଥିଲେ। ଲତାଙ୍କର ପ୍ରଥମ ନାମ ହେମା ଥିଲା। କିନ୍ତୁ ଜନ୍ମର ୫ ବର୍ଷ ପରେ ବାପା-ମା ତାଙ୍କ ନାମ ଲତା ବୋଲି ରଖିଥିଲେ। ଲତା ତାଙ୍କ ଭଭଉଣୀ ଆଶା, ଉଷା ମୀନାତାଇ ଓ ଭାଇ ହୃଦୟନାଥ ସମସ୍ତଙ୍କଠୁ ବଡ଼। ଲତାଙ୍କର ବାପା ରଙ୍ଗମଞ୍ଚର ଜଣେ କଳାକାର ଥିଲେ। ତେଣୁ ପିଲାଦିନୁ ଲତାଙ୍କର ଅଭିନୟ ଓ ଗୀତ ପ୍ରତି ଦୁର୍ବଳତା ରହିଥିଲା। ପିଲାବେଳେ ଯେତେବେଳେ ସମସ୍ତେ କଣ୍ଢେଇ ସହ ଖେଳୁଥିଲେ ଲତା ସେତେବେଳେ ସଙ୍ଗୀତ ଅଭ୍ୟାସ କରୁଥିଲେ। ଆଜିଯାଏ ଲତା କେତେ ଗୀତ ଗାଇଛନ୍ତି ତାହା ସେ ନିଜେ ବି ଜାଣିନାହାଁନ୍ତି। ବିଶେଷ ସୂତ୍ର ଅନୁଯାୟୀ ଲତା ଆଜି ଯାଏ ୩୦ରୁ ଅଧିକ ଭାଷାରେ ପାଖାପାଖି ୫୦ ହଜାର ଗୀତ ଗାଇଛନ୍ତି। ଗିନିଜ୍‌ ବୁକ୍‌ ଅଫ୍ ରେକର୍ଡ଼ରେ ଥରେ ଛପିଥିଲା ଯେ ଲତା ୧୯୪୮ରୁ ୧୯୮୭ ମଧରେ ପାଖାପାଖି ୩୦ ହଜାର ଗୀତ ଗାଇଛନ୍ତି।

ଓ.ପି. ନାୟରଙ୍କ ବ୍ୟତୀତ ବୋଧ ହୁଏ ଏମିତି ସଙ୍ଗୀତ ନିର୍ଦ୍ଦେଶକ କେହି ନଥିବେ ଯିଏ ନିଜ ଗୀତରେ ଲତାଙ୍କ କଣ୍ଠର ବ୍ୟବହାର ନ କରିଥିବେ। ଓ.ପି. ନାୟରଙ୍କ ସହ ଲତାଙ୍କର ଆରମ୍ଭରୁ ହିଁ ଖିଟପିଟ୍‌ ଚାଲେ। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ନାହିଁ। ହେଲେ ଏହାର ଫାଇଦା ତାଙ୍କ ସାନ ଭଉଣୀ ଆଶାଙ୍କୁ ମିଳିଲା। ଓ. ପି. ନାୟର ଲତାଙ୍କୁ ଖୋସାମତ କରିବା ପରିବର୍ତ୍ତେ ଆଶାଙ୍କୁ ସୁଯୋଗ ଦେଲେ। ନାୟରଙ୍କ ବ୍ୟତୀତ ଲତାଙ୍କର ସୁର ସମ୍ରାଟ ମହମ୍ମଦ ରଫିଙ୍କ ସହ ମଧ୍ୟ ମତାନ୍ତର ଯୋଗୁ କିଛି ବର୍ଷ ଯାଏ କଥାବାର୍ତ୍ତା ବନ୍ଦ ଥିଲା।

ବାସ୍ତବରେ ଲତା, କିଶୋର କୁମାର ଓ ଅନ୍ୟ କିଛି ଗାୟକ ଚାହୁଁଥିଲେ ଯେ ସେମାନେ ଗାଇଥିବା ଗୀତର ରେକର୍ଡ଼ିଂ ବିକ୍ରିରୁ ଯେଉଁ ଲାଭ ମିଳୁଛି ମ୍ୟୁଜିକ କମ୍ପାନୀ ସେଥିରୁ କିଛି ଅଂଶ ଗାୟକମାନଙ୍କୁ ଦେଉ। ହେଲେ ଏଥିରେ ଏକମତ ନଥିଲେ ମହମ୍ମଦ ରଫି। ତାଙ୍କ କହିବାର ଥିଲା ଯେ ଗାୟକକୁ ଗୀତ ଗାଇବାର ପାରିଶ୍ରମିକ ମିଳିସାରିବା ପରେ ଆଉ ଅନ୍ୟ କିଛି ଆଶା କରିବା ଉଚିତ୍‌ ନୁହେଁ। ବାସ୍‌ ଏହି ଦୁଇଜଣଙ୍କ ମଧ୍ୟରେ ଏହି ମତାନ୍ତର ପରେ ମନାନ୍ତରରେ ବଦଳିଗଲା। ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିବା ସହ ପରସ୍ପର କଥାବାର୍ତ୍ତା ବି ବନ୍ଦ କରିଦେଲେ। ୪ ବର୍ଷ ଏଭଳି ଚାଲିବା ପରେ ଆର୍‌.ଡି. ବର୍ମନ ଦୁହିଁଙ୍କ ଭିତରେ ଆସି ଏହି ମାମଲାର ସାମାଧାନ କରିଥିଲେ। ଫଳରେ ୪ ବର୍ଷ ପରେ ୧୯୬୭ରେ ଉଭୟ ପୁଣି ଏକାଠି କାମ କରିବାକୁ ଲାଗିଲେ।



from Odisha Reporter https://ift.tt/2nZmt5W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages