ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଆପଣ ଛୋଟ ପିଲାଙ୍କ ହାତରେ ନେଲ୍ପଲିସ୍ ଲଗାଇଥିବା ଦେଖିଥିବେ। ମାଆମାନେ ଗେହ୍ଲାରେ କିମ୍ବା ପିଲାଙ୍କ ଜିଦ୍ ଯୋଗୁ ଏଭଳି କରିଥାନ୍ତି। ହେଲେ ଛୋଟ ପିଲାଙ୍କ ନେଲ୍ପଲିସ୍ ଲଗାଇବା କେତେ ସୁରକ୍ଷିତ? ଡାକ୍ତରଙ୍କ ଅନୁଯାୟୀ ନେଲପଲିସ୍ରେ ଥିବା କେମିକାଲ୍ ପିଲାଙ୍କର ଅନେକ କ୍ଷତି କରିଥାଏ। ତେଣୁ ସେମାନଙ୍କଠୁ ନେଲପଲିସ୍ ଦୂରେଇ ରଖିବା ଉଚିତ୍। ଆସନ୍ତୁ ଜାଣିବା ନେଲ୍ ପଲିସ୍ କ’ଣ କ୍ଷତି କରିଥାଏ।
ନେଲପଲିସ୍ରେ ଟଲ୍ୟୁଇନ୍, ଫର୍ମାଲଡିହାଇଡ୍ ଓ ଡାୟବ୍ୟୁଟଲ ଫ୍ୟାଲେଟ୍ ପରି କେମିକାଲ୍ ସବୁ ରହିଥାଏ। ଏଗୁଡ଼ିକ ନେଲପଲିସ୍ର ଟେକ୍ସଚରକୁ ବଜାୟ ରଖିବା ସହ ନେଲପଲିସ୍ ଶୁଖିବା ଓ ନଖରେ ଲାଗି ରହିବାରେ ସାହାଯ୍ୟ କରେ। ପିଲାଙ୍କୁ ବାରମ୍ବାର ମୁହଁରେ ହାତ ଦେବାର ଅଭ୍ୟାସ ଥାଏ। ତେଣୁ ଏପରି କ୍ଷେତ୍ରରେ ଏହି କେମିକାଲ ଯଦି ପିଲାଙ୍କ ପାଟି ଓ ପେଟକୁ ଯାଏ ତେବେ ସେମାନଙ୍କୁ ନ୍ୟୁରୋ ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।
ନେଲ୍ପଲିସ୍ରେ ପଂଥାଲେଟ୍ସ ନାମକ ଅନ୍ୟ ଏକ ତୈଳାକ୍ତ ରାସାୟନିକ ପଦାର୍ଥ ରହିଛି ଯାହା ଆଖି ଓ ମୁହଁର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ। ଏହା ଫଳରେ ନାକ ଓ ଗଳାରେ ସଂକ୍ରମଣ ହେବାର ବି ଆଶଙ୍କା ରହିଛି। ନେଲପଲିସରେ ନ୍ୟୁରୋ ଟକ୍ସିନ୍ ଭଳି ବିଷାକ୍ତ ପଦାର୍ଥ ମିଶା ଯାଇଥାଏ ଯାହା ସିଧାସଳଖ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।
ଏହି କେମିକାଲ୍ ଗୁଡ଼ିକ ଅନେକ କ୍ଷତିକାରକ ହୋଇଥିବାରୁ ଅନେକ କମ୍ପାନୀ ନେଲ୍ପଲିସ୍ରେ ଏଗୁଡ଼ିକର ବ୍ୟବହାର କମ୍ କରିଦେଇଛନ୍ତି। ହେଲେ ଏବେ ବି କିଛି ନେଲପଲିସ୍ରେ ଏହି ତତ୍ତ୍ୱଗୁଡ଼ିକ ରହିଛି। ବିଶେଷ କରି ଶସ୍ତା ଓ ନକଲି ନେଲ୍ପଲିସ୍ରେ ଏଗୁଡ଼ିକର ଅଧିକ ବ୍ୟବହାର ହୋଇଥାଏ।
କ’ଣ କରିବେ?
ପିଲାଙ୍କୁ ନେଲ୍ପଲିସ୍ ଲଗାନ୍ତୁ ନାହ୍ଁ। ଯଦି ବା ଲଗାଉଛନ୍ତି ତେବେ ୱାଟର ବେସ୍ଡ ବା ଜଳ ଆଧାରିତ ନେଲ୍ପଲିସ୍ ଲଗାନ୍ତୁ। ଏଥିରେ କ୍ଷତିକାରକ କେମିକାଲ ନଥାଏ। ବଜାରରେ ଅନେକ ବ୍ରାଣ୍ଡର ନନ୍ଷ୍ଟିକି ଓ ଅର୍ଗାନିକ ନେଲ୍ପଲିସ୍ ମିଳୁଛି। ଯାହାକି ବିଶେଷ କରି ପିଲାଙ୍କ ପାଇଁ ହିଁ ତିଆରି ହୋଇଥାଏ। ଯଦି ମାର୍କେଟରେ ଆପଣଙ୍କୁ ଏହି ନେଲପଲିସ୍ ମିଳୁନାହିଁ ତେବେ ଆପଣ ଅନ୍ଲାଇନ୍ରୁ କିଣିପାରିବେ।
from Odisha Reporter https://ift.tt/2lFd1n4
No comments:
Post a Comment