ନୂଆଦିଲ୍ଲୀ: ଆଣ୍ଟିଗୁଆରେ ଆତ୍ମଗୋପନ କରିଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ବ୍ୟବସାୟୀ ମେହୁଲ ଚୋକସି ଭାରତ ଫେରିବ। ସେ ଜଣେ ଧୋକେବାଜ। ଆଣ୍ଟୁଗୁଆ କୋର୍ଟରେ ସମସ୍ତ ଶୁଣାଣି ଶେଷ ହେଲେ ମେହୁଲ ଚକସିକୁ ଭାରତକୁ ପ୍ରତ୍ୟାର୍ପଣ କରାଯିବ ବୋଲି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗୋସ୍ଟନ ବ୍ରାଉନ କହିଛନ୍ତି। ଭାରତର ଅଧିକାରୀଙ୍କୁ ଏହି ମାମଲାରେ ତଦନ୍ତ କରିବା ପାଇଁ ସମସ୍ତ ସ୍ୱାଧୀନତା ରହିଛି ବୋଲି ସେ କହିଛନ୍ତି।
ଆଣ୍ଟିଗୁଆ ପାଇଁ ମେହୁଲଙ୍କ ଯୋଗଦାନ କିଛି ନାହିଁ। ସେ ଦେଶରେ ରହିଲେ ମଧ୍ୟ କୋଣସି ଲାଭ ହେବ ନାହିଁ ବୋଲି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗୋସ୍ଟନ ବ୍ରାଉନ କହିଛନ୍ତି। ଯଦି ଭାରତର କୌଣସି ଅଧିକାରୀଙ୍କ ରିପୋର୍ଟ ଆଧାରରେ ମେହୁଲ ଚକସିକୁ ତାଙ୍କ ଦେଶରେ ନାଗରିକତ୍ୱ ମିଳିଛି; ତାହେଲେ ଏଥିପାଇଁ ଭାରତ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଜାନୁଆରୀ ୧୫ରେ ହିଁ ମେହୁଲ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିଲା। ତେଣୁ ଏହି ମାମଲା ଏବେ ଆଣ୍ଟିଗୁଆ କୋର୍ଟରେ ଚାଲିଛି। ନିକଟରେ ଭାରତ ମେହୁଲ ଚକସିକୁ ନେଇ ଆଣ୍ଟିଗୁଆ ସରକାର ଉପରେ ଚାପ ପକାଇଥିଲା। ଏହାପରେ ମେହୁଲ ଚକସିଙ୍କ ନାଗରିକତ୍ୱ ରଦ୍ଦ ହେବ ବୋଲି ଆଣ୍ଟିଗୁଆ ସରକାର କହିଥିଲେ।
ନିରବ ମୋଦି, ତାଙ୍କ ମାମୁଁ ମେହୁଲ ଚୋକସି ସହ ଅନ୍ୟମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ତଞ୍ଚକତା କରି ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଉଭୟ ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି ।
from Odisha Reporter https://ift.tt/2lQ0QV1
No comments:
Post a Comment