ଥମୁନି ପିଲା ଚୋରି ଆତଙ୍କ: ଯୁବକଙ୍କୁ ନିର୍ଦ୍ଦୂମ ଛେଚିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ଥମୁନି ପିଲା ଚୋରି ଆତଙ୍କ: ଯୁବକଙ୍କୁ ନିର୍ଦ୍ଦୂମ ଛେଚିଲେ ଲୋକେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ପିଲା ଚୋରି ଆତଙ୍କ। ଗୋଟିଏ ପରେ ଗୋଟିଏ ଗାଁକୁ ପିଲା ଚୋରି ଗୁଜବ ବ୍ୟାପିବାରେ ଲାଗିଛି। ଯାହା ପୁଲିସ୍‌ ଓ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି। ଆଜି ଭୋରରୁ ନୂଆଗାଁ ବ୍ଲକ୍‌ର ମେନମେନା ପଞ୍ଚାୟତରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗାଁଲୋକେ ନିସ୍ତୁକ ମାଡ଼ ମାରି ହାତିବରୀ ଫାଣ୍ଡି ଜିମା ଦେଇଛନ୍ତି।

ସେହିପରି ଗତ ବୁଧବାର ରାତିରେ ପିଲା ଚୋରି ସନ୍ଦେହରେ ସେହି ନୂଆଗାଁ ବ୍ଲକର କୋକେରମାରେ ଜଣେ ଯୁବକକୁ ମଧ୍ୟ ଗାଁ ଲୋକେ ନିସ୍ତୁକ ମାଡ ମାରିଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳକୁ ଆସିଥିବା ହାତିବରୀ ପୁଲିସ୍‌ ଟିମ୍‌କୁ ୪ଘଣ୍ଟା ଅଟକ ରଖିବା ପରେ ଲୋକେ ଛାଡିଥିଲେ।

ଉକ୍ତ ଯୁବକ ଜଣଙ୍କ ଝାରଖଣ୍ଡ ପର୍ବା ଗାଁର। ତାଙ୍କର ମାନସିକ ବିକୃତି ଥିବା ଜଣା ପଡ଼ିଥିଲା। ଗତ ୧୫ ଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାରମ୍ବାର ଏପରି ଘଟଣା ଘଟୁଛି।



from Odisha Reporter https://ift.tt/2lRuxFg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages