ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ୍ ଚେକିଂ ବେଳେ ଗଣ୍ଡଗୋଳ ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ପ୍ରଥମେ ୪ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ରବିବାର ଆଉ ୯ ଜଣଙ୍କୁ କ୍ୟାପିଟାଲ ଥାନା ପୁଲିସ୍ ଗିରଫ କରିଛି। ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ୩୦୭ ସହିତ ୧୪୭, ୧୪୮, ୨୮୩, ୩୩୨, ୩୩୬, ୩୩୭, ୩୫୩, ୫୦୬, ୨୯୪, ୩୭୯ ଓ ୧୪୯ର ସଂଗୀନ ଧାରା ଲାଗିଛି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ରାଜମହଲ ଛକରେ ମୋଟା ଅଙ୍କର ଜୋରିମାନା ଆଦାୟ ଏବଂ ବଡ଼ବଡ଼ିଆଙ୍କ ପାଇଁ ପୁଲିସ୍ ଆଖିବୁଜି ଦେଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଲିସକୁ ଘେରିଥିଲେ ଲୋକେ। ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୁଲିସ୍-ପବ୍ଲିକ୍ । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍ ଲାଠି ଚାର୍ଜ କରିଥିଲା।
from Odisha Reporter https://ift.tt/34yxE6v
No comments:
Post a Comment