ଦିନେ ଥିଲେ ପରମ ଶ୍ରତୁ, ଆଜି ବାଣ୍ଟୁଛନ୍ତି ଭାଇଚାରାର ବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 9, 2019

ଦିନେ ଥିଲେ ପରମ ଶ୍ରତୁ, ଆଜି ବାଣ୍ଟୁଛନ୍ତି ଭାଇଚାରାର ବାର୍ତ୍ତା

ଅହମ୍ମଦାବାଦ:  ଦିନେ ଥିଲେ ପରମ ଶତ୍ରୁ। ଆଖିରେ ଜଳୁଥିଲା ପ୍ରତିହିଂସାର ନିଆଁ। ସୁଯୋଗ ମିଳିଲେ ଜୀବନ ନେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନ ଥିଲେ। ଏପରି ଭୟାନକ ଚିତ୍ର ଦେଖିବାକୁ ମିଳିଥିଲା ୨୦୦୨ ମସିହାରେ ହୋଇଥିବା ଗୁଜୁରାଟ ଦଙ୍ଗା ସମୟରେ। ସେ ସମୟରେ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା ଏକ ଚିତ୍ର।

ଯେଉଁଥିରେ ହିନ୍ଦୁ ଓ ମୁସଲିମ୍‌ ସମ୍ପ୍ରଦାୟର ୨ ବ୍ୟକ୍ତିଙ୍କ ମଧ୍ୟରେ ଘୃଣା,  ରାଗଦ୍ୱେଷ ସ୍ପଷ୍ଟ ଭାବେ ପ୍ରସ୍ପୁଟିତ ହେଉଥିଲା। ଜଣେ ମରଣାନ୍ତକ ଆକ୍ରମଣ ଲାଗି ପ୍ରସ୍ତୁତ ଥିବା ବେଳେ ଅନ୍ୟ ଜଣେ ହାତ ଯୋଡ଼ି ଜୀବନ ଭିକ୍ଷା କରୁଥିଲା। ସେତେବେଳେ ଏହି ୨ ବ୍ୟକ୍ତି ୨୦୦୨ ଦଙ୍ଗାର ଚେହେରା ପାଲଟି ଯାଇଥିଲେ।

ଇତି ମଧ୍ୟରେ ସମୟ ବଦଳିଛି। ପରିସ୍ଥିତିରେ ପରିବର୍ତ୍ତନ ଆସିଛି। ଆଉ ସମୟ ଚକ୍ରରେ ଦୁହେଁ ଏବେ ପାଲଟି ଯାଇଛନ୍ତି ଘନିଷ୍ଠ ବନ୍ଧୁ।  ଏହି ୨ ଜଣ ହେଉଛନ୍ତି ଅଶୋକ ପରମାର ଓ କୁତବୁଦ୍ଦିନ ଅନସାରୀ।

୧୭ ବର୍ଷ ତଳେ ଗୁଜୁରାଟ ଦଙ୍ଗା ସମୟରେ ଉତ୍ତୋଳିତ ଏକ ଫଟୋ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହି ଫଟୋରେ ମୁଣ୍ଡରେ ଗେରୁଆ ରଙ୍ଗର ଏକ ପଟି ବାନ୍ଧି ହାତରେ ଏକ ଲୁହା ରଡ଼ ଧରି ଛିଡ଼ା ହୋଇଥିଲେ ଅଶୋକ ।  ଆଖିରେ ତାଙ୍କର ପ୍ରତିହିଂସାର ନିଆଁ ଜଳୁଥିବା ବେଳେ ପଛପଟେ ଜଳୁଥିଲା ଟାୟାର। ଅନ୍ୟପଟେ ହାତଯୋଡ଼ି  ଲୁହ ଛଳଛଳ ଭରାରେ ଆଖିରେ ଜୀବନ ଭିକ୍ଷା କରୁଥିଲେ କୁତବୁଦ୍ଦିନ ଅନସାରୀ ।

୨୦୧୨ ମସିହାରେ ଏକ ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପରସ୍ପରକୁ ଭେଟିବା ପରେ ଏବେ ଦୁଇ ଜଣ ଘନିଷ୍ଠ ବନ୍ଧୁ ପାଲଟିଛନ୍ତି। ଉଭୟ ଏବେ ଏକାଠି ହୋଇ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି । ଅହମ୍ମଦାବାଦରେ ଅଶୋକ ପରମାର ନିଜ ଜୋତା ଦୋକାନ ଉଦ୍‌ଘାଟନ କରିବା ଅବସରରେ କୁତବୁଦ୍ଦିନ ଅନସାରୀଙ୍କୁ ଅତିଥି ଭାବେ ଡାକିଥିଲେ । ‘ଏକତା ଚପଲ ସପ୍’ ନାଁ ଦେଇଥିବା ଏହି ଦୋକାନରେ ଦେଖିବାକୁ ମିଳିଥିଲା ଭାଇଚାରର ଭାବ।  ସାମ୍ପ୍ରଦାୟିକତା ବିରୋଧରେ ଏକାଠି ହୋଇ ଏକତାର ଉଦାହରଣ ସାଜିଛନ୍ତି ଏହି ୨ ଜଣ।

 



from Odisha Reporter https://ift.tt/31aP07o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages