ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦ ଗିରଫ

ଲକ୍ଷ୍ନୌ: ଶାହଜାହାନପୁର ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଆଜି ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) ତାଙ୍କୁ ଶାହଜାହାନପୁରରୁ ହିଁ ଗିରଫ କରିଛି। ଗିରଫ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ଉତ୍ତର ପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର ଜଣେ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ନାଟକୀୟ ଢଙ୍ଗରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଉତ୍ତର ପ୍ରଦେଶ ପୁଲିସ ଏହି ‘ନିଖୋଜ ଯୁବତୀ’ଙ୍କୁ ଅଗଷ୍ଟ ୩୦ର ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଉଦ୍ଧାର କରିଥିଲା।

ପୀଡ଼ିତା ଛାତ୍ରୀ ଏସ୍‌ଆଇଟି ତଦନ୍ତ ବେଳେ କହିଥିଲେ, ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ ଝିଅଙ୍କ ଗାଧୋଇବାର ଅନେକ ଭିଡିଓ ରେକର୍ଡିଂ କରିଥିଲେ। ଏହାପରେ ସେହି ଭିଡିଓକୁ ଦେଖାଇ ଚିନ୍ମୟାନନ୍ଦ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏମିତିକି ତାଙ୍କ ଦେହ ମାଲିସ କରାଉଥିଲେ। ତେବେ ପୀଡ଼ିତା ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ରେକର୍ଡିଂ କରିଥିଲେ, ଯାହାକି ଏସଆଇଟିକୁ ଏକ ପେନ୍ ଡ୍ରାଇଭ୍‌ ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2Qj4yF3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages