ଜାଲ୍ ଜନ୍ମଗତ ପ୍ରମାଣ ଦାଖଲ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ପୁଅ ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 3, 2019

ଜାଲ୍ ଜନ୍ମଗତ ପ୍ରମାଣ ଦାଖଲ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ପୁଅ ଗିରଫ୍

ରାୟପୁର: ନିର୍ବାଚନ ବେଳେ ଭୁଲ୍ ଜନ୍ମଗତ ପ୍ରମାଣପତ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅମିତ ଯୋଗୀ। ବିଳାସପୁର ସ୍ଥିତ ବାସଭବନରେ ଅମିତ ଥିବା ବେଳେ ଛତିଶଗଡ଼ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଗିରଫ ବେଳେ ଅମିତଙ୍କ ସମର୍ଥକ ଓ ପୁଲିସ ପ୍ରଶାସନ ମଧ୍ୟରେ ଠେଲାପେଲା ହୋଇଥିବା ସୂଚନା ରହିଛି। ଅମିତଙ୍କ ସମର୍ଥକମାନେ ଏହି ସମୟରେ ପୁଲିସ ପ୍ରଶାସନ ବିରୋଧରେ ନାରାବାଜି ମଧ୍ୟ କରୁଥିଲେ। ଆଜି ଅମିତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ବିଳାସପୁର ଗ୍ରାମାଞ୍ଚଳ ଏସପି ସଞ୍ଜୟ କୁମାର ଧୃବ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ଅମିତ ଯୋଗୀ ନିଜର ଜାତି ଓ ଜନ୍ମଗତ ପ୍ରମାଣ ପତ୍ର ଭୁଲ୍ ଦେଇଥିଲେ ବୋଲି ବିଜେପି ନେତା ସମୀରା ପୋକର ଛତିଶଗଡ଼ର ଗୋରଲା ଥାନାରେ ଏତଲା ଦେଇଥିଲେ। ସମୀରା ଏତଲାରେ ଦର୍ଶାଇଥିଲେ ଯେ ‘ଅମୀତ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ପାଖରେ ଯେଉଁ ଶପଥପାଠ ଦାଖଲ କରିଥିଲେ ସେଥିରେ ତାଙ୍କ ଜନ୍ମ ତାରିଖ ଭୁଲ୍ ଦାଖଲ କରିଥିଲେ। ଅମିତ ୧୯୭୮ ମସିହା ଗୋରେଲା ଥାନାରେ ଥିବା ସାରବହରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଶପଥପାଠରେ ଦର୍ଶାଇଛନ୍ତି। ହେଲେ ଏହା ମିଛ। ସେ ୧୯୭୭ ମସିହାରେ ଆମେରିକାର ଡଗଲାସ, ଟେକ୍ସା ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ।’

ଏହାପରେ ବିଳାସପୁର ଜିଲ୍ଲା ପ୍ରଶାସନ ଜାତିଗତ ପ୍ରମାଣ ପତ୍ରରେ ଅମିତ ଯୋଗୀ ଭୁଲ ଦର୍ଶାଇଥିବା ଅଭିଯୋଗରେ ଏତଲା ଗ୍ରହଣ କରି ଗତ ବୁଧବାର ରାତିରେ ମାମଲା ରୁଜୁ କରିଥିଲା। ଏହି ଆଧାରରେ ଆଜି ଅମିତଙ୍କୁ ଗିରଫ କରିଛି ବିଳାସପୁର ପୁଲିସ୍।

୨୦୧୩ରେ ମଧ୍ୟ ବିଜେପି ନେତା ସମୀରା ସମାନ ଅଭିଯୋଗ ଆଣିଥିଲେ ଅମିତ ଯୋଗୀଙ୍କ ନାମରେ। ଏହାପରେ ଛତିଶଗଡ଼ ହାଇକୋର୍ଟ ୪ ଦିନ ତଳେ ମାମଲାର ଶୁଣାଣି କରି କହିଥିଲେ ୨୦୧୩ ବେଳର ଛତିଶଗଡ଼ ବିଧାନସଭା ଭଙ୍ଗ ହୋଇ ନୂଆ ବିଧାନସଭା ଚାଲିଛି। ତେଣୁ ପୁରୁଣା ମାମଲାର ବିଚାର କରି କୌଣସି ଲାଭ ନାହିଁ। ଏହାପରେ ସମୀରା ସଙ୍ଗେସଙ୍ଗେ ବିଳାସପୁର ଜିଲ୍ଲା ଗୋରେଲା ଥାନାରେ ମିଥ୍ୟା ତଥ୍ୟ ଅଭିଯୋଗରେ ଏତଲା ଦେଇଥିଲେ।



from Odisha Reporter https://ift.tt/2zWd2qV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages