ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରିବେ? ପଢ଼ନ୍ତୁ ଡାକ୍ତରଙ୍କ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରିବେ? ପଢ଼ନ୍ତୁ ଡାକ୍ତରଙ୍କ ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ତେବେ ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରାଯିବା ଉଚିତ୍, ସେ ନେଇ ବହୁତ ଲୋକ ସଚେତନ ନୁହନ୍ତି। ଏ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାନ୍ତି। କେଉଁ ସାପ କାମୁଡ଼ିଲେ କେଉଁ ଲକ୍ଷଣ ଦେଖାଯାଏ, ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବେ ଓ ସାପ କାମୁଡ଼ିଲେ କେମିତି ଚିକିତ୍ସା କରାଯାଏ- ଏସବୁ ସଂପର୍କରେ ସେ ସୂଚନା ଦେଇଛନ୍ତି।

ତା’ହେଲେ ପ୍ରଥମେ ଆସନ୍ତୁ ଜାଣି ନେବା ନାଗ, ବୋଡ଼ା ଓ ଚିତି ସାପ କାମୁଡ଼ିବାର ଲକ୍ଷଣ କ’ଣ?

ନାଗସାପ କାମୁଡ଼ିବାର ଲକ୍ଷଣ
– ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା
– କଥା କହିବାରେ କଷ୍ଟ ହେବା
– କୋମାକୁ ଚାଲିଯିବା
– ଛୋଟ ଦାନ୍ତ ଦାଗ ଦେଖାଯିବା
– ଚୋଟ ବାଜିଥିବା ସ୍ଥାନରେ ଯନ୍ତ୍ରଣା ହେବା
– କାମୁଡ଼ି ଥିବା ସ୍ଥାନରେ ପୋଡ଼ିଲା ପରି ଲାଗିବା
– କାମୁଡ଼ିଥିବା ସ୍ଥାନ ଫୁଲିଯିବା
– ଚର୍ମର ରଙ୍ଗ ବଦଳିଯିବା
– ବାନ୍ତି ଲାଗିବା
– ଆଖିକୁ ଝାପ୍‌ସା ଦେଖାଯିବା
– ଆଖିପତା ପଡ଼ିଯିବା
– କଥାବାର୍ତ୍ତାରେ ସାମଞ୍ଜସ୍ୟ ନ ରହିବା

ବୋଡ଼ା ସାପ କାମୁଡ଼ିବାର ଲକ୍ଷଣ
– ରକ୍ତବାନ୍ତି ହେବା
– କାମୁଡ଼ିବା ସ୍ଥାନରେ ଫୋଟକା ଓ ବଧିରା ହୋଇଯିବା
– ପରିସ୍ରାରେ ରକ୍ତ ପଡ଼ିବା
– କଳାରଙ୍ଗର ଖଣ୍ଡ ଖଣ୍ଡ ରକ୍ତ ବାହାରିବା

ଚିତି ସାପ କାମୁଡ଼ିବାର ଲକ୍ଷଣ
– ଗଣ୍ଠି ଓ ପେଟରେ ଯନ୍ତ୍ରଣା ହେବା
– ସାପ ଦାନ୍ତ ଚିହ୍ନ ଜଣା ନପଡ଼ିବା
– କୌଣସି ଘା’ କିମ୍ୱା ଫୁଲା ଜଣା ନପଡ଼ିବା

କେଉଁ ସାପ କାମୁଡ଼ିଛି ବୋଲି ଜଣା ନପଡ଼ିଲେ କ’ଣ କରିବେ?
– ସାପକୁ ନ ମାରି ଏହାର ଫଟୋ ନେଇ ଡାକ୍ତରଙ୍କୁ ଦେଖାନ୍ତୁ
– ଯାହାଙ୍କୁ ସାପ କାମୁଡ଼ିଛି ତାଙ୍କୁ ଗୁଣିଆଙ୍କ ପାଖକୁ ନିଅନ୍ତୁ ନାହିଁ
– ଯେଉଁ ସ୍ଥାନରେ ସାପ କାମୁଡ଼ିଛି, ସେଠାରେ ପ୍ରାଥମିକ ଚିକିତ୍ସା କରନ୍ତୁ

ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବା ଉଚିତ୍‌ ?
– କାମୁଡ଼ିଥିବା ବ୍ୟକ୍ତିଙ୍କୁ ଡରାନ୍ତୁ ନାହିଁ
– ଦେହରେ ପିନ୍ଧିଥିବା ଗହଣା ଓ ଚିପା ବସ୍ତ୍ରକୁ ଖୋଲି ଦିଅନ୍ତୁ
– କାମୁଡ଼ିଥିବା ସ୍ଥାନରେ କ୍ରେପ୍‌ ବା ବ୍ୟାଣ୍ଡେଜ୍‌ କରନ୍ତୁ
– ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଆନ୍ତୁ
– ରୋଗୀକୁ ଚାଲିବାକୁ ଦିଅନ୍ତୁ ନାହିଁ
– ହାତକୁ କାମୁଡ଼ିଥିଲେ ସାବୁନ ପାଣିରେ ଧୁଅନ୍ତୁ
– ଅଲଗା କୌଣସି ହର୍ବାଲ୍‌ ଜିନିଷ ସେହି ସ୍ଥାନରେ ଉପଯୋଗ କରନ୍ତୁ ନାହିଁ
– କାମୁଡ଼ିଥିବା ସ୍ଥାନରେ ଦଉଡ଼ି ବାନ୍ଧନ୍ତୁ ନାହିଁ
– ଯଦି ସାପ ମରିଯାଇଛି, ତେବେ ମଲାସାପକୁ ଡାକ୍ତରଙ୍କ ପାଖକୁ ନିଅନ୍ତୁ

ସାପ କାମୁଡ଼ିଲେ କ’ଣ କରିବେ ନାହିଁ?
– ସାପ କାମୁଡ଼ିଥିବା ସ୍ଥାନରେ ବରଫ ଲଗାନ୍ତୁ ନାହିଁ
– ଅଧିକ ଚଳପ୍ରଚଳ କରନ୍ତୁ ନାହିଁ
– ଝଡ଼ାଫୁଙ୍କା କରନ୍ତୁ ନାହିଁ
– ରକ୍ତ ବାହାରୁଥିଲେ ଏହାକୁ ଶୋଷନ୍ତୁ ନାହିଁ
– କାମୁଡ଼ିଥିବା ସ୍ଥାନକୁ କଟାକଟି କରନ୍ତୁ ନାହିଁ
– ନିଶାଯୁକ୍ତ ପାନୀୟ ପିଅନ୍ତୁ ନାହିଁ
– ଇଲେକ୍ଟ୍ରିକ୍‌ ଥେରାପି କରନ୍ତୁ ନାହିଁ

ସାପ କାମୁଡ଼ାର ଚିକିତ୍ସା ପଦ୍ଧତି କ’ଣ ?
– କାମୁଡ଼ିଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା କରାଯାଇ ରୋଗୀକୁ ପଲିଭାଲେଣ୍ଟ ଭ୍ୟାକସିନ୍‌ ଦିଆଯାଏ।
– ରକ୍ତ ଜମାଟ ବାନ୍ଧୁଛି କି ନାହିଁ ଜାଣିବା ପରେ ପରବର୍ତ୍ତୀ ଚିକିତ୍ସା କରାଯାଏ।



from Odisha Reporter https://ift.tt/2ZLyJUK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages