ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ପରେ ଏବେ ଇଡି ଚିଦାମ୍ୱରମଙ୍କୁ ଗିରଫ୍ କରିପାରିବ। ଦରକାର ପଡ଼ିଲେ ତିହାର ଜେଲ୍ ମଧ୍ୟ ଯାଇପାରନ୍ତି ଚିଦାମ୍ୱରମ୍।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଚିଦାମ୍ୱରମ ସେପ୍ଟମ୍ୱର ୫ଯାଏ ସିବିଆଇ ହେପାଜତରେ ରହିବେ, ସେତେଦିନ ଯାଏ ତିହାର ଜେଲ୍ ଯିବେ ନାହିଁ।
ଅନ୍ୟପଟେ ସିବିଆଇ ସେତେବେଳେ ସୁପ୍ରିମକୋର୍ଟଙ୍କୁ କହିଥିଲା ଚିଦାମ୍ୱରମଙ୍କୁ ଆଉ ହେପାଜତରେ ନେବାର ଆବଶ୍ୟକତା ନାହିଁ ବରଂ ନ୍ୟାୟିକ ପ୍ରକ୍ରିୟାରେ ତିହାର ଜେଲ୍ ପଠାଇବା ଉଚିତ୍।
ଆଜି ସୁପ୍ରିମକୋର୍ଟ ଇଡି ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରି କହିଛନ୍ତି ଚିଦାମ୍ୱରମଙ୍କୁ ଜାମିନ୍ ଦେବା ଠିକ୍ ହେବନି। ଆର୍ଥିକ ଅପରାଧ ବିଭିନ୍ନ ସ୍ତରରେ ଚିଦାମ୍ୱରମଙ୍କ ନାଁରେ ରହିଛି। ଯଦି ଜାମିନ୍ ଦିଆଯିବ ତାହେଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଚିଦାମ୍ୱରମ୍ ଅଗ୍ରୀମ ଜାମିନ୍ ବଦଳରେ ରେଗୁଲାର ଜାମିନ୍ ପାଇଁ ଆବେଦନ କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ତଦନ୍ତକାରୀ ସଂସ୍ଥାମାନେ ଚିଦାମ୍ୱରମଙ୍କ ବିରୋଧରେ ଅଦାଲତରେ କେସ୍ ଡାଏରୀ ଦାଖଲ କରିପାରିବେ।
ସୁପ୍ରିମକୋର୍ଟରେ ଏହି ଶୁଣାଣି ବେଳେ କୋର୍ଟରେ ଚିଦାମ୍ୱରମଙ୍କ ସ୍ତ୍ରୀ ନଳିନୀ ଚିଦାମ୍ୱରମ, ପୁଅ କାର୍ତ୍ତୀ ଚିଦାମ୍ୱରମ୍, ଓକିଲ ଅଭିଷେକ ମନୁ ସିଂହବି ଏବଂ କପିଲ୍ ସିବଲ୍ ଉପସ୍ଥିତ ଥିଲେ।
from Odisha Reporter https://ift.tt/2NLt7HY
No comments:
Post a Comment