ଦୁବାଇରେ ଫସି ରହିଛନ୍ତି ୨ ଓଡ଼ିଆ, ଫେରାଇ ଆଣିବାକୁ ଗୁହାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

ଦୁବାଇରେ ଫସି ରହିଛନ୍ତି ୨ ଓଡ଼ିଆ, ଫେରାଇ ଆଣିବାକୁ ଗୁହାରି

ବାଲୁଗାଁ ( ଶକ୍ତି ପ୍ରସାଦ ମହାପାତ୍ର) : ପେଟ ପାଟଣା ପାଇଁ ବର୍ଷେ ପୂର୍ବେ କାମ କରିବାକୁ ସୁଦୂର ଦୁବାଇ ପଳାଇଥିଲେ । ହେଲେ ଠିକାଦାର ଚୁକ୍ତି ମୁତାବକ ଦରମା ଦେଇନଥିଲେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ  ନିକଟରେ ଅଭିଯୋଗ କରିବାରୁ ସେ ଚାକିରିରୁ ବାହାର କରିଦେଲେ। ପାଖରେ ଥିବା ଟଙ୍କା ଓ ପାସପୋର୍ଟକୁ ଠିକାଦାର ଛଡ଼ାଇ ନେଇଗଲେ ।

ଏପରି ସ୍ଥିତିରେ ଏବେ ହାତରେ ଟଙ୍କା ନ ଥିବାରୁ ଅତି ଦୟନୀୟ ଭାବେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ୨ ଓଡ଼ିଆ ଯୁବକ। ପାସପୋର୍ଟ ନ ଥିବାରୁ କିପରି ଘରକୁ ଫେରିବେ କିଛି ବୁଦ୍ଧିବାଟ ଦିଶୁନି। ଫଳରେ ଘରକୁ ଫେରାଇ ଆଣିବାକୁ ଭିଡିଓ ଯୋଗେ ଆକୁଳ ନିବେଦନ କରିଛନ୍ତି ଦୁବାଇରେ ଫସି ରହିଥିବା ୨ ଓଡ଼ିଅ ଯୁବକ।  ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମହୁଝର ଗାଁର ରାଜୁ  ସ୍ୱାଇଁ ଓ ବାଣପୁର ରଘୁନାଥପୁର ଗାଁର ଦିଲ୍ଲୀପ କୁମାର ପଲେଇ ।

ଉଭୟେ ଗତ ବର୍ଷ  ମିସ୍ତ୍ରୀ କାମ କରିବା ପାଇଁ ଦୁବାଇ ଯାଇଥିଲେ । ଏଥିପାଇଁ ୨ବର୍ଷର ଚୁକ୍ତିନାମା ମଧ୍ୟ କରିଥଲେ । ଜଣେ ଠିକାଦାରଙ୍କ ମାଧ୍ୟମରେ ଉଭୟେ ଦୁବାଇ ଯାଇଥିଲେ। ଏଥିନିମନ୍ତେ ଠିକାଦାର ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଲେଖାଏ ନେଇଥିବା ଉଭୟ ପ୍ରକାଶ କରିଛନ୍ତି। ମାତ୍ର ଦୁବାଇ ଯିବା ପରେ ସେମାନଙ୍କୁ  ଚୁକ୍ତି ମୁତାବକ ଦରମା  ଦିଆଯାଇ  ନଥିବା ବେଳେ ୧୨ ଘଣ୍ଟାରୁ ଅଧିକ ଖଟିବାକୁ କୁହାଯାଇଥିଲା।

ଏହିପରି ବର୍ଷେ ଖଟିବା ପରେ ଏହା ଅସହ୍ୟ ହେବାରୁ  ଏନେଇ ଉଭୟେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ହେଲେ କଂପାନୀ କର୍ତ୍ତୃପକ୍ଷ ପ୍ରାୟ ୮ ଦିନ ପୂର୍ବେ  ଚାକିରିରୁ ବାହାର କରିଦେଇଛନ୍ତି। ଏହାସହ ସେଠାରେ ଥିବା ଠିକାଦାର ସେମାନଙ୍କ ନିକଟରେ ଥିବା ଟଙ୍କା, ପାସପୋର୍ଟ ଓ ଜରୁରୀ କାଗଜପତ୍ର ମଧ୍ୟ ଛଡ଼ାଇ ନେଇଥିବା ଉଭୟ ଅଭିଯୋଗ ଆଣିଛନ୍ତି। ଏହାପରଠାରୁ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି।  ଏବେ ସେମାନଙ୍କ ନିକଟରେ  ଖାଇବାକୁ କିମ୍ବା ମୁଣ୍ଡ ଗୁଞ୍ଜିବାକୁ କିଛି  ନ  ଥିବାରୁ ଦୟନୀୟ ଅବସ୍ଥାରେ ରହିଛନ୍ତି।  ଏ ସମ୍ପର୍କରେ ସେମାନେ ଦୁବାଇସ୍ଥିତ ଭାରତୀୟ ଦୂତାବାସ ସହ ମଧ୍ୟ ଯୋଗାଯୋଗ କରି ଦୁଃଖ ଜଣାଇଛନ୍ତି।

ଏହାବ୍ୟତୀତ  ଘରକୁ ଫେରାଇ ଆଣିବାକୁ ପରିବାର ଲୋକଙ୍କୁ ଭିଡିଓ ମାଧ୍ୟମରେ ଗୁହାରି ଜଣାଇଛନ୍ତି ।  ଏନେଇ ଉଭୟଙ୍କ ପରିବାର ଲୋକେ ଟାଙ୍ଗୀ ଓ ବାଣପୁର ଥାନାରେ ଅଭିଯୋଗ କରି ତୁରନ୍ତ ସେମାନଙ୍କ ଉଦ୍ଧାର ଲାଗି ଗୁହାରି ଜଣାଇଛନ୍ତି । ଏହାବ୍ୟତୀତ ବାଲୁଗାଁ ସହ ଶ୍ରମ ବିଭାଗ କାର୍ଯ୍ୟାଳୟରେ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।



from Odisha Reporter https://ift.tt/2LF2B0n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages