ହାଇଦ୍ରାବାଦ: ନିର୍ଯାତନାର ଶିକାର ହେଲେ ଜଣେ ନ୍ୟାୟ ପାଇବାକୁ ସର୍ବପ୍ରଥମେ କୋର୍ଟଙ୍କ ଦ୍ୱାରସ୍ତ ହୋଇଥାଏ। ଆଉ ବିଚାରପତିଙ୍କ ରାୟକୁ ସମ୍ମାନ ଜଣାଇ ଏହାକୁ ସ୍ୱୀକାର ମଧ୍ୟ କରି ନେଇଥାଏ। କାରଣ ବିଚାରପତିଙ୍କୁ ଆମେ ନ୍ୟାୟର ମୂର୍ତ୍ତି ବୋଲି ବିବେଚନା କରିଥାଉ। ଯଦି ସେହି ବିଚାରପତିଙ୍କ ଘରେ ଅନ୍ୟାୟ ହୁଏ, ତେବେ ନ୍ୟାୟ କିଏ ଦେବ ବୋଲି ଉଠିଛି ପ୍ରଶ୍ନ। ଏ ସମ୍ପର୍କୀତ ଏକ ସିସିଟିଭି ଫୁଟେଜ୍ର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଜଣେ ମହିଳାଙ୍କୁ କିଛି ଲୋକ ଘେରିଯାଇ ମାରଧର କରୁଛନ୍ତି। ମହିଳାଙ୍କୁ ତଳେ ଗଡ଼ାଇ ଗଡ଼ାଇ ଅମାନବୀୟ ଭାବେ ଟାଣିଟାଣି ଓ ମରାମରି ଚାଲିଛି। ମହିଳାଜଣଙ୍କ କାକୁତିମିନତି ବି କିଛି କାମ ଦେଉନି। ଏପରି ଅମାନବୀୟ କାଣ୍ଡ ଘଟାଉଥିବା ଯୌତୁକ ଲୋଭି ରାକ୍ଷାସଙ୍କ ପରିଚୟ ଜାଣିଲେ, ଆପଣଙ୍କ ହୋସ୍ ଉଡ଼ିଯିବ।
ମହିଳାଙ୍କୁ ଏପରି ବ୍ୟବହାର କରୁଥିବା ଲୋକମାନେ ହେଲେ ତାଙ୍କ ସ୍ୱାମୀ ନୁଟି ବଶିଷ୍ଟ, ଶ୍ୱଶୁର ଜଷ୍ଟିସ୍ ଏନ୍ ରାମମୋହନ ରାଓ ଏବଂ ଶାଶୂ। ମହିଳାଙ୍କ ଶ୍ୱଶୁର ମାଦ୍ରାସ ଓ ହାଇଦ୍ରାବାଦ୍ ହାଇକୋର୍ଟର ପୂର୍ବତନ ବିଚାରପତି। ତେବେ ଭିଡିଓରେ ଦୁବ୍ୟର୍ବହାରର ଶିକାର ହେଉଥିବା ମହିଳାଙ୍କ ନାଁ ସିନ୍ଧୁ ଶର୍ମା।(୩୦)। ଯିଏ କି ଜଷ୍ଟିସ୍ ଏନ୍ ରାମମୋହନ ରାଓଙ୍କ ବୋହୂ।
ଯୌତୁକ ପାଇଁ ପୂରା ପରିବାର ମିଶି ବୋହୂକୁ ଏପରି ଭାବେ ନିର୍ଯାତନା ଦେଉଥିବା ସିନ୍ଧୁ ଅଭିଯୋଗ କରିଛନ୍ତି। ଏନେଇ ସେ ଶ୍ୱଶୁର ଘର ସଦସ୍ୟଙ୍କ ବିରୋଧରେ ଯୌତୁକ, ଘରୋଇ ହିଂସା ଓ ନିର୍ଯାତନା ମାମଲା ଦାୟର କରିଛନ୍ତି। ଛାଡ଼ପତ୍ର ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି।
୨୦୧୨ରେ ଜଷ୍ଟିସ୍ ରାମମୋହନ ରାଓଙ୍କ ପୁଅ ନୁଟି ବଶିଷ୍ଟଙ୍କ ସହ ସିନ୍ଧୁଙ୍କ ବିବାହ ହୋଇଥିଲା। ତେବେ ଏହାର କିଛି ବର୍ଷ ପରେ ହିଁ ତାଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିବା ସିନ୍ଧୁ କହିଛନ୍ତି। ତେବେ ଏହି ସିସିଟିଭି ଭିଡିଓ ଗତ ଏପ୍ରିଲ୍ ମାସର ଯାହା ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସାମ୍ନାକୁ ଆସିଛି।
from Odisha Reporter https://ift.tt/2NqCHRg
No comments:
Post a Comment