ସହିଦ୍‌ ଯବାନ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ସହିଦ୍‌ ଯବାନ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିଆରପିଏଫର ସହିଦ୍‌ ଯବାନ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ପ୍ରଦୀପ ପଢ଼ୁଥିବା ସ୍କୁଲ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ରାଷ୍ଟ୍ରୀୟ ବିଦ୍ୟାଳୟ ପରିସରରେ ଗତକାଲି ଏହି  ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।  ଭୁବନେଶ୍ୱର ସିଆରପିଏଫ୍‌ ୧୨୦ ବାଟାଲିଅନର ଡିଆଇଜି ରାମ ଚରିତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ।

ଏହି ଅବସରରେ ପ୍ରଦୀପଙ୍କ ପତ୍ନୀ ନିମତ୍ତି ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ସିଆରପିଏଫ୍‌ ପକ୍ଷରୁ ତାଙ୍କ ଦୁଇ ପୁଅଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହି ଅବସରରେ ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଷାନ, ରାଉରକେଲା ୧୯ ବଟାଲିଅନର କମଣ୍ଡେଣ୍ଟ  ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୧୭ ମସିହା ୩୧ ଡିସେମ୍ବରରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ସହ ଗୁଳି ବିନିମୟ ବେଳେ CRPF ଯବାନ ପ୍ରଦୀପ ପଣ୍ଡା ସହିଦ ହୋଇଥିଲେ। ବୀରତ୍ୱ ଲାଗି ତାଙ୍କୁ ପୂର୍ବରୁ କୀର୍ତ୍ତି ଚକ୍ର ଉପାଧିରେ ସମ୍ମାନିତ କରାଯାଇଥିଲା ।



from Odisha Reporter https://ift.tt/2HRkfwO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages