ଗୁରୁ ହର ପଟ୍ଟନାୟକଙ୍କୁ ମନେ ପକାଇ ପଟୋ ପୋଷ୍ଟ୍ କଲେ ଶିଷ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ଗୁରୁ ହର ପଟ୍ଟନାୟକଙ୍କୁ ମନେ ପକାଇ ପଟୋ ପୋଷ୍ଟ୍ କଲେ ଶିଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଗୁରୁବାର ଥିଲା ଗୁରୁ ଦିବସ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହାକୁ ପାଳନ କରାଯାଇଥିଲା। ତା’ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନେକ ସଫଳ ବ୍ୟକ୍ତି ସେମାନଙ୍କ ଗୁରୁମାନଙ୍କୁ ମନେ ପକାଇ ସ୍ମୃତି ବାଣ୍ଟିଥିଲେ। ଓଲିଉଡ୍‌ କଳାକାରମାନେ ବି ଏଥିରୁ ବାଦ୍ ପଡ଼ି ନଥିଲେ। ସେମାନେ ବି ସେମାନଙ୍କ ଗୁରୁମାନଙ୍କୁ ମନେ ପକାଇଥିଲେ। ଗୁରୁ ଦିବସ ଅବସରରେ ଓଲିଉଡ୍ ଅଭିନେତା ସବ୍ୟସାଚ୍ଚୀ ମିଶ୍ର ତାଙ୍କ ଗୁରୁ ତଥା ମାର୍ଗ ଦର୍ଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ହର ବଟ୍ଟନାୟକଙ୍କ ଏକ ଫଟୋ ଶେଆରି କରିଥିଲେ ଓ ତାଙ୍କ ପ୍ରତି ଥିବା ଭଲ ପାଇବା ଏବଂ ସମ୍ମାନକୁ ଜାହିର କରିଥିଲେ।

ସବ୍ୟସାଚ୍ଚୀ ଯେଉଁ ଫଟୋଟି ପୋଷ୍ଟ୍ କରିଥିଲେ, ତାହା ତାଙ୍କ ଡେବ୍ୟୁ ଫିଲ୍ମ ‘ପାଗଳ ପ୍ରେମୀ’ର ଶୁଟିଂ ସମୟର ଓ ଏଥିରେ ସେ ସିନ୍‌ ଦେବାକୁ ପ୍ରସ୍ତୁତ ହେଉଥିଲେ। ଏହି ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ୍ କରି ସେ ଲେଖିଥିଲେ, ‘ଆଜି ମୁଁ ଯାହା ହୋଇପାରିଛି, ତାହା କେବଳ ହର ପଟ୍ଟନାୟକଙ୍କ ପାଇଁ। ଏହି ଅମୂଲ୍ୟ ଫଟୋଟି ‘ପାଗଳ ପ୍ରେମୀ’ ସେଟ୍‌ର ଯାହା ଜଣେ ଶିକ୍ଷକ ଓ ଛାତ୍ରଙ୍କ ଅର୍ଥକୁ ବୁଝାଉଛି। ସେ ମୋତେ ତିଆରି କରିଛନ୍ତି। ସେ ମୋତେ ଆପଣଙ୍କ ସମ୍ମୁଖରେ ଛିଡ଼ା କରାଇଛନ୍ତି। ତାଙ୍କ ପାଇଁ ଆପଣ ମୋ ଭଲ ପାଇବାକୁ ଅନୁଭବ କରିପାରୁଥିବେ। ମୁଁ ହର ଭାଇଙ୍କର ଜଣେ ଗର୍ବିତ ଶିଷ୍ୟ ଓ ସେ ସବୁ ବେଳେ ମୋ ସହିତ ଅଛନ୍ତି।”  ପାଗଳ ପ୍ରେମୀ ଫିଲ୍ମ ସମୟର ଏ ଫଟୋ ହି ବର୍ଣ୍ଣନା କରୁଛି ଯେ ଗୁରୁ ଶିଷ୍ୟଙ୍କ ମଧ୍ୟରେ କେମିତି ସମ୍ପର୍କ ଥିଲା। ସେ ହିଁ ମତେ ଦର୍ଶକ ମାନଙ୍କ ସାମ୍ନାଙ୍କୁ ଆଣିଛନ୍ତି। ଆପଣ ମୋ ଭଲ ପାଇବାକୁ ଅନୁଭବ କରିପାରୁଥିବେ। ମୁଁ ହର ଭାଇଙ୍କର ଏକ ଗର୍ବିତ ଛାତ୍ର। ସେ ମୋ ସହ ସବୁବେଳେ ଅଛନ୍ତି।

 

ସୂଚନା ଅନୁଯାୟୀ, ସବ୍ୟସାଚ୍ଚୀଙ୍କୁ ହର ପଟ୍ଟନାୟକ ଫିଲ୍ମକୁ ଆଣିଥିଲେ। ଏକ ଷ୍ଟେଜ୍‌ ଶୋ’ ସବ୍ୟସାଚ୍ଚୀଙ୍କ ନାଚ ଦେଖିବା ପରେ ହର ପଟ୍ଟନାୟକ ତାଙ୍କୁ ଫିଲ୍ମରେ ସୁଯୋଗ ଦେଇଥିଲେ।



from Odisha Reporter https://ift.tt/2ZH3uyZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages