ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟର କ୍ୟାନସର୍ ସାଧାରଣତଃ ପେଟ ଭିତରେ ମ୍ୟୁକସ୍ ଉତ୍ପାଦନ କରୁଥିବା କୋଷିକାରୁ ସୃଷ୍ଟି ହୋଇଥାଏ। ପେଟର କ୍ୟାନସର୍ ଅନ୍ୟ କ୍ୟାନସର୍ ତୁଳନାରେ ସାଧାରଣ, କିନ୍ତୁ ଏଥିରେ ସବୁଠୁ ଖରାପ ଜିନିଷ ହେଉଛି ଏହାର ଲକ୍ଷଣ ବହୁତ କଷ୍ଟରେ ବୁଝାପଡ଼େ। ଆଉ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ।
ସାଧାରଣତଃ କ୍ୟାନସର୍ର ସୃଷ୍ଟି ସେଇଠୁ ହୋଇଥାଏ ଯେବେ ଡିଏନ୍ଏର କୋଷିକାରେ ମ୍ୟୁଟେଶନ୍ ହୋଇଯାଏ। ଏହି ମ୍ୟୁଟେଶନ୍ କାରଣରୁ କୋଷିକା ଅନିୟନ୍ତ୍ରିତ ଭାବେ ବଢ଼ିଚାଲେ। ଏହା ଏତେ ବଢ଼ିଯାଏ ଯେ ଏହାକାରଣରୁ ଅନ୍ୟ କୋଷିକାଗୁଡ଼ିକ ମରିଯାଏ। ଏହି କୋଷିକାଗୁଡ଼ିକ ମିଶିଯାଇ ପେଟରେ ଟ୍ୟୁମର୍ ତିଆରି କରିଥାନ୍ତି। ଧୀରେ ଧୀରେ ଏହା ପୂରା ଶରୀରରେ ବ୍ୟାପିଯାଏ।
ପେଟ କ୍ୟାନସର୍ର ଲକ୍ଷଣ:
୧) ଲଗାତାର ଭାବେ ବାନ୍ତି ହେବା।
୨) ସବୁବେଳେ ଛାତିରେ ଜଳାପୋଡ଼ା ଅନୁଭବ ହେବା।
୩) ଭୋକ ନ ଲାଗିବା ଓ ଟିକେ ଖାଇଲେ ପେଟ ପୂରିଯିବା
୪) ହଠାତ୍ ଓଜନ କମିଯିବା
୫) ସବୁବେଳେ ପେଟ ଫୁଲି ରହିବା।
୬) ମଳରେ ରକ୍ତ ପଡ଼ିବା
୭) ଜଣ୍ଡିସ୍ ହେବା
୮) ଅଳ୍ପ ପରିଶ୍ରମରେ ଥକିଯିବା
୯) ପେଟରେ ଅସହ୍ୟ ଯନ୍ତ୍ରଣା ହେବା
ପେଟର କ୍ୟାନସର୍ ଅନେକ କାରଣରୁ ହୋଇଥାଏ। ଅସୁସ୍ଥକର ଖାଦ୍ୟ, ଅତ୍ୟଧିକ ଆଚାର ଓ ରୋଷ୍ଟେଡ ମିଟ୍ ପ୍ରଭୃତି ଖାଇଲେ ପେଟର କ୍ୟାନସର ହେବାର ଅଧିକ ସମ୍ଭାବନା ରହିଥାଏ। ଅନ୍ୟପକ୍ଷରେ ଆପଣଙ୍କ ଘରେ ଯଦି ପୂର୍ବରୁ କାହାକୁ ଏହି ରୋଗ ହୋଇଥାଏ ତେବେ ଆପଣଙ୍କୁ ମଧ୍ୟ ଏହି ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ସାଧାରଣତଃ ମହିଳାଙ୍କ ଅପେକ୍ଷା ଏହି ରୋଗ ପୁରୁଷଙ୍କ ନିକଟରେ ଅଧିକ ଦେଖାଦେଇଥାଏ।
from Odisha Reporter https://ift.tt/31oheLV
No comments:
Post a Comment