କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ପ୍ରାୟ ଦେଢ଼ ମାସ ପରେ ଚିଲିକା ରାଜହଂସ କୂଳରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହେବ। ଏହି କାର୍ଗୋସିପଟିକୁ ଟାଣିନେବା ଲାଗି ସିଙ୍ଗାପୁରରୁ ଏକ ଜାହାଜ ଏମ୍ଭି-ଚିତା ଚିଲିକା ପୁରୀ ଉପକୂଳରେ ପହଞ୍ଚିଛି। ଏମ୍ଭି-ଚିତା ସାହାଯ୍ୟରେ ଆଜି ଜାହାଜ ‘ଜିନ୍ ହ୍ୱା୩୨ ’କୁ ଉଦ୍ଧାର ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ।
ତେବେ ବାଲିରେ ପୋତି ହୋଇ ପଡ଼ିଥିବା କଣ୍ଟେନର ଯଦି ବାଲି ଉପରକୁ ଉଠିବା ସମ୍ଭବ ନହୁଏ, ତେବେ ଏହାକୁ ସ୍କ୍ରାପିଂ ବା ଖଣ୍ଡ ଖଣ୍ଡ ଅଂଶ କରି ହଟାଇ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଗତ ଅଗଷ୍ଟ ୨ ତାରିଖରେ ବାଲାଂଦେଶରରୁ ଆସିଥିବା ଏହି ମାଲେସୀୟ ଜାହାଜ ବିଶାଖାପାଟଣା ବନ୍ଦର ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଚଳ ହୋଇଯାଇଥିଲା। ସେହି ସମୟରେ ପାଗ ଖରାପ ଓ ସମୁଦ୍ରରେ ଜୁଆର କାରଣରୁ ଏହା ଆପେ ଆପେ ଭାସି ଆସି ଚିଲିକି ହ୍ରଦର ରାଜହଂସ କୂଳରେ ଲାଗିଥିଲା। ଜାହାଜରେ ୭ ଜଣ ନାବିକ ଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଅନ୍ୟପକ୍ଷରେ ଜାହାଜରେ ୧୩ ହଜାର ଲିଟର ତେଲ ରହିଥିବା ଏବଂ ଏହି ତେଲ ଚିଲିକା ଜଳରାଶିରେ ମିଶିବା ଆଶଙ୍କା ଥିବାରୁ କିଛି ଦିନ ତଳେ ଏହି ତେଲକୁ ସୁରକ୍ଷିତ ଭାବେ ନିଷ୍କାସନ କରାଯାଇଥିଲା।
from Odisha Reporter https://ift.tt/2LuAAti
No comments:
Post a Comment