ସାଇକେଲ୍‌ରେ ଶିବାନୀଙ୍କୁ ଦିଲ୍ଲୀ ବୁଲାଉଛନ୍ତି ଅରିନ୍ଦମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ସାଇକେଲ୍‌ରେ ଶିବାନୀଙ୍କୁ ଦିଲ୍ଲୀ ବୁଲାଉଛନ୍ତି ଅରିନ୍ଦମ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀର ଗଳିକନ୍ଦି ସାଇକେଲ୍‌ ଧରି ବୁଲୁଛନ୍ତି ଅରିନ୍ଦମ। ସେ ଏକା ବୁଲୁ ନାହାନ୍ତି, ସାଙ୍ଗରେ ଅଭିନେତ୍ରୀ ଶିବାନୀ ମଧ୍ୟ ଅଛନ୍ତି। ସାଇକେଲ୍‌ର କ୍ରସ୍‌ ବାର ଉପରେ ବସିଛନ୍ତି ଶିବାନୀ। ନାଲି ରଙ୍ଗର ସାଲୱାର ପିନ୍ଧି ସେ ହସୁଛନ୍ତି। କାହିଁକି ବା ନ ହସିବେ! ଅରିନ୍ଦମ ତାଙ୍କୁ କହୁଛନ୍ତି ‘ତୁ ହେଇଯା ମୋ ପାଇଁ ଦିଲ୍ଲୀ କି ଗଲି’। ଦିଲ୍ଲୀ ମିଠାପୁରରେ ଏମିତି କିଛି ସିନ୍‌ ଚାଲିଛି। କଥାଟି ହେଉଛି, ସେଠାର ନିର୍ମାଣାଧୀନ ଓଲିଉଡ୍ ଫିଲ୍ମ ‘ବାବୁ ଭାଇଜାନ୍‌’ର ଏକ ରୋମାଣ୍ଟିକ୍‌ ଟ୍ରାକ୍‌ ‘ତୁ ହେଇଯା ମୋ ପାଇଁ ଦିଲ୍ଲୀ କି ଗଲି’ ଗୀତର ଶୁଟିଂ ଚାଲିଛି। ସେଥିପାଇଁ ଏହି ଦୁଇ କଳାକାରଙ୍କୁ ଏମିତି ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ରୋମାଣ୍ଟିକ୍‌ ଗୀତର କୋରିଓଗ୍ରାଫି କରିଛନ୍ତି ଗିରୀଶ ମହାନ୍ତି।

ଦଶହରାରେ ରିଲିଜ୍‌ ହେବାକୁ ଯାଉଛି ଓଲିଉଡ୍‌ ଫିଲ୍ମ ‘ବାବୁ ଭାଇଜାନ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅରିନ୍ଦମ ଏବଂ ସୁନ୍ଦରୀ ନାୟିକା ଶିବାନୀ। ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ଏହି ଦୁଇ କଳାକାର ଏକାଠି ନଜର ଆସିବାକୁ ଯାଉଛନ୍ତି।

‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ନିବେଦିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ। ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଏବଂ ସନ୍ତୋଷ ନାରାୟଣ। ସ୍ୱର ସଂଯୋଜନା କରିଛନ୍ତି ମଳୟ ମିଶ୍ର।

ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି ମିହିର୍‌ ଦାସ, ସମରେଶ, ବବି ମିଶ୍ର, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ପ୍ରଦ୍ୟୁମ୍ନ ଲେଙ୍କା, ଦୀପକ ମିଶ୍ର।

ସୂଚନା ଅନୁଯାୟୀ, ବାଲେଶ୍ୱରର ଉଦ୍ୟୋଗପତି ଅବଦୁଲ ଅମିନ୍‌ ଖାନ୍‌ଙ୍କ ଜୀବନୀକୁ ନେଇ ଫିଲ୍ମଟି ନିର୍ମାଣ ହେଉଛି। ଅବଦୁଲ୍‌ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ସିଲେଇ କରି ସେ କେମିତି ବାଲେଶ୍ୱରରୁ ଦିଲ୍ଲୀ ପହଞ୍ଚି ଏକ ଉଦ୍ୟୋଗପତି ହୋଇପାରିଲେ ତାକୁ ନେଇ କାହଣୀ ଗତିଶୀଳ ହୋଇଛି।



from Odisha Reporter https://ift.tt/34ujIu3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages