ପିଣ୍ଡଦାନ କରି ଫେରୁଥିଲେ,ବାଟରେ ଘଟିଲା ଦୁର୍ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

ପିଣ୍ଡଦାନ କରି ଫେରୁଥିଲେ,ବାଟରେ ଘଟିଲା ଦୁର୍ଘଟଣା

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ-୨୦ରେ ଟ୍ରକ୍ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି।

ଗାଡ଼ିଟିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଗୟାରେ ପିଣ୍ଡଦାନ କରି ଘରକୁ ଫେରୁଥିଲେ। ତେବେ ରାତି ପ୍ରାୟ ୯ଟା ବେଳେ ବୀରଗୋବିନ୍ଦପୁର ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ମହେଶ ଓ ମୋତିଙ୍କର ମୃତ୍ୟୁ ଘଟିଥିଲା। ୬ ଜଣ ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କର କିଛି ହୋଇନାହିଁ।

ଦୁର୍ଘଟଣା ପରେ ଟ୍ରକ୍‌ଟି ସେଠାରୁ ପଳାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2Ni5ozD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages