କେବେ ଖାଇଛନ୍ତି ‘ଚିଙ୍ଗୁଡ଼ି ସିଙ୍ଗଡ଼ା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

କେବେ ଖାଇଛନ୍ତି ‘ଚିଙ୍ଗୁଡ଼ି ସିଙ୍ଗଡ଼ା’

ଆବଶ୍ୟକ ସାମଗ୍ରୀ: ଛୋଟ ଚିଙ୍ଗୁଡ଼ି, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲୁଣ, ଅଦା-ରସୁଣ-ପିଆଜ ବଟା, ଲଙ୍କା ଗୁଣ୍ଡ, କଟା ପିଆଜ, କଟା କଞ୍ଚା ଲଙ୍କା, ପଞ୍ଚଫୁଟଣ, ଚାଉଳ ବଟା, କଖାରୁ ଫୁଲ, କଖାରୁ ପତ୍ର, ବେସନ, କର୍ଣ୍ଣଫ୍ଲୋର୍‌ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଲୁଣ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଦା-ରସୁଣ-ପିଆଜ ବଟା, ଲଙ୍କା ଗୁଣ୍ଡ, କଟା ପିଆଜ ଓ କଟା କଞ୍ଚା ଲଙ୍କା ପକାଇ ଭଲଭାବେ ମ୍ୟାରିନେଟ୍ କରି ରଖନ୍ତୁ। କିଛି ସମୟ ପରେ କଡ଼େଇରେ ତେଲ ଗରମ କରି ପଞ୍ଚଫୁଟଣ ପକାଇ ମ୍ୟାରିନେଟ୍‌ ହୋଇଥିବା ଚିଙ୍ଗୁଡ଼ିକୁ ପକାଇ କଷନ୍ତୁ। ଏହା ଭଲ ଭାବେ କଷି ହୋଇଯିବା ପରେ କଡ଼େଇକୁ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ।

ଏବେ ସିଙ୍ଗଡ଼ା ପ୍ରସ୍ତୁତ କରିବା ପାଇଁ ଚାଉଳ ବଟାରେ ବେସନ ଓ କର୍ଣ୍ଣଫ୍ଲୋର ପକାଇ ଆଣ ପ୍ରସ୍ତୁତ କରନ୍ତୁ। ତା’ପରେ କଖାରୁ ପତ୍ରକୁ କୋନ୍ ଆକାର କରି ସେଥିରେ କଖାରୁ ଫୁଲ ରଖି ତା ଭିତରେ ପୂର୍ବରୁ ପ୍ରସ୍ତୁତ ଚିଙ୍ଗୁଡ଼ି ମସଲାକୁ ଭର୍ତ୍ତି କରନ୍ତୁ। ଏହା ପରେ କୋନ୍‌ର ମୁହଁକୁ କାଠିରେ ବନ୍ଦ କରି ଦିଅନ୍ତୁ।

ଏବେ ତାୱାରେ ତେଲ ଗରମ କରି ଚିଙ୍ଗୁଡ଼ି ମସଲା ଭର୍ତ୍ତି କଖାରୁ ପତ୍ରକୁ ଚାଉଳ ଆଣରେ ବୁଡ଼ାଇ ଭାଜନ୍ତୁ। ଦୁଇ ପଟ ଭଲ ଭାବେ ଭାଜି ହୋଇଗଲେ ସେଗୁଡ଼ିକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିଙ୍ଗୁଡ଼ି ସିଙ୍ଗଡ଼ା’।



from Odisha Reporter https://ift.tt/2NlPTXn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages