ଏବେ ବି ବଞ୍ଚିଛି ମାନବିକତା: ନିଜ ଖର୍ଚ୍ଚରେ ଚଳେଛନ୍ତି ଦୁଇଟି ସ୍ୱର୍ଗ ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ଏବେ ବି ବଞ୍ଚିଛି ମାନବିକତା: ନିଜ ଖର୍ଚ୍ଚରେ ଚଳେଛନ୍ତି ଦୁଇଟି ସ୍ୱର୍ଗ ରଥ

ଗୁଣପୁର(ଇନ୍ଦ୍ରଜିତ ପଣ୍ଡା): ସ୍ୱର୍ଗ ରଥ ସବୁ ବେଳେ ପ୍ରସ୍ତୁତ ହୋଇ ରହିଥାଏ। ଫୋନ୍‌ କଲ୍ ପାଇବା ମାତ୍ରକେ ଗାଡ଼ି ମେଡିକାଲରେ ପହଞ୍ଚିଯାଏ। ଆଉ ସେଠାରୁ ମୃତଦେହ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଦିଏ। ତାହା ପୁଣି ବିନା ପାଉଣାରେ। ରାୟଗଡା ଜିଲ୍ଲା ଗୁଣପୁର ଓ ପଦ୍ମପୁରରେ ଥିବା ଦୁଇଟି ସ୍ୱର୍ଗ ରଥକୁ ଗରିବ ଲୋକଙ୍କ ପାଇଁ ଗୁଣପୁର ବାସିନ୍ଦା ତଥା ବ୍ୟବସାୟୀ ସଞ୍ଜୟ ସାହୁ ଉତ୍ସର୍ଗୀକୃତ କରିଛନ୍ତି। ତାଙ୍କର ଏହି କାମ ପାଇଁ ଗୁଣପୁର ଅଞ୍ଚଳରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଉତ୍ତମ ମାନବିକତାର ପରିଚୟ ଦେଇଛନ୍ତି।

ଗରିବ ଓ ଅସହାୟଙ୍କ ମୃତଦେହ ମେଡିକାଲରୁ ନେବା ଲାଗି ସଞ୍ଜୟ ନିଜ ଖର୍ଚ୍ଚରେ ଦୁଇଟି ସ୍ୱର୍ଗରଥ କିଣିଛନ୍ତି। ଏଥିସହ ଶବ ବୋହିବା କାର୍ଯ୍ୟରେ ନିଜକୁ ମଧ୍ୟ ନିୟୋଜିତ କରିଛନ୍ତି। ଗାଡ଼ିର ତେଲ ଏବଂ ଆନୁସାଙ୍ଗିକ ଖର୍ଚ୍ଚ ବି ସେ ନିଜେ ବହନ କରୁଛନ୍ତି। ତାଙ୍କୁ ଏ ଦିଗରେ ସ୍ୱେଚ୍ଛାକୃତ ଭାବେ ତିନି ଜଣ ଡ୍ରାଇଭର ସହଯୋଗ କରୁଛନ୍ତି। ସେମାନେ ହେଲେ ପଦ୍ମପୁରର ଏସ୍.  ଗଣପତି, ଗଦାଧର ସାହୁ ଆଉ ଗୁଣପୁରର ଦୟାନିଧି ବାରିକ। ପଦ୍ମପୁର ଥାନାରେ ହୋମଗାର୍ଡ ଭାବେ କାମ କରୁଥିବା ଗଦାଧର ଦିନ ହେଉ କି ରାତି ଫୋନ କଲ୍ ପାଇବା ମାତ୍ରେ ମୃତଦେହକୁ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାନ୍ତି। ସେମିତି ଦୟାନିଧି ମଧ୍ୟ ନିଜ କାମ ଛାଡ଼ି ସ୍ୱର୍ଗ ରଥରେ ଶବ ବୋହି ନିଅନ୍ତି। ଏଥିପାଇଁ ସେମାନେ କୌଣସି ପାରିଶ୍ରମିକ ନେଇ ନଥାନ୍ତି।

ସଞ୍ଜୟ ସାହୁ କହନ୍ତି, ‘ଗରିବ ଲୋକଙ୍କ ଅବସ୍ଥା ମୁଁ ନିଜେ ଅନୁଭବ କରିଛି। ତେଣୁ ଗରିବ ଲୋକଙ୍କ ମୃତଦେହ ଠିକ୍‌ ଭାବେ କିପରି ତାଙ୍କ ବାସସ୍ଥାନରେ ପହଞ୍ଚି ପାରିବ ସେଥିପାଇଁ ୨୦୧୩ ମସିହାରେ ସ୍ୱର୍ଗ ରଥ କିଣିବାକୁ ଯୋଜନା କରିଥିଲି। ହେଲେ ୨୦୧୭ ମସିହା ମାର୍ଚ୍ଚ ମାସରେ ମୁଁ କରିଥିବା ଯୋଜନା ସଫଳ ହୋଇଥିଲା। ବର୍ତ୍ତମାନ ଦୁଇଟି ସ୍ୱର୍ଗ ରଥ ଚାଲିଛି। ଯେତେବେଳେ ଯେଉଁ ଲୋକ ଚାହିଁଲା ଅତିଶୀଘ୍ର ସେଠାରେ ସ୍ୱର୍ଗରଥ ପହଞ୍ଚି ପାରୁଛି। ସମସ୍ତେ ସ୍ୱର୍ଗ ରଥର ସୁବିଧା ପାଉଛନ୍ତି।’

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ପ୍ରଧାନ କହନ୍ତି,‘ସଞ୍ଜୟ ସାହୁ ପଦ୍ମପୁର, ଗୁଣପୁର, ରାମନାଗୁଡ଼ା, ଗୁଡ଼ାରି ବ୍ଲକ୍‌ ପାଇଁ ନିଜସ୍ୱ ଟଙ୍କାରେ ସ୍ୱର୍ଗ ରଥ କରିଛନ୍ତି। ଏହା ଦ୍ୱାରା ଗରିବ ଲୋକମାନେ ବହୁତ ଉପକୃତ ହେଉଛନ୍ତି। ବିନା ଅର୍ଥରେ ସେ ଏହି କାମ କରୁଛନ୍ତି। ଆମ ଅଞ୍ଚଳବାସୀଙ୍କ ପକ୍ଷରୁ ସଞ୍ଜୟ ସାର୍‌ଙ୍କୁ ଧନ୍ୟବାଦ ଜଣାଉଛୁ। ସେ ସ୍ୱର୍ଗ ରଥ ବ୍ୟତୀତ ଗରିବ ପିଲାମାନଙ୍କ ପାଠପଢ଼ା ଦିଗରେ ମଧ୍ୟ ସହାୟତା କରୁଛନ୍ତି। ଏମିତିକି ଅତି ଗରିବ ଘରର ଝିଅମାନଙ୍କ ବିବାହ ପାଇଁ ମଧ୍ୟ ଅର୍ଥ ଦାନ କରୁଛନ୍ତି।’

ମୃତଦେହକୁ ନେବା ପାଇଁ ଗରିବ ଲୋକମାନେ ହଇରାଣ ହେଉଥିବା ଦେଖି ସଞ୍ଜୟ ଦୁଇଟି ସ୍ୱର୍ଗ ରଥ କିଣିବାକୁ ପରିକଳ୍ପନା କରିଥିଲେ। ଏବେ ସୁଦ୍ଧା ଦୁଇ ସ୍ୱର୍ଗ ରଥରେ ୪୦୦ରୁ ଅଧିକ ମୃତଦେହ ଗନ୍ତବ୍ୟ ସ୍ଥଳକୁ ନିଆଯାଇ ସାରିଛି। କେବଳ ସ୍ୱର୍ଗ ରଥ ନୁହଁ ସଞ୍ଜୟ ଗରିବ ପିଲାଙ୍କ ଉଚ୍ଚ ଶିକ୍ଷା ଲାଗି ପାଠ ପଢାଇବା ଏବଂ ଗରିବ ଝିଅର ବାହାଘର ଲାଗି ମଧ୍ୟ ସହାୟତାର ହାତ ବଢ଼ାଇଥାନ୍ତି ।



from Odisha Reporter https://ift.tt/2ZRcQYu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages