୭ ମାସରେ ଫାଟିଲା ୫୦ କୋଟି ଟଙ୍କାର ପୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

୭ ମାସରେ ଫାଟିଲା ୫୦ କୋଟି ଟଙ୍କାର ପୋଲ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଫ୍ଲାଏ ଓଭର ବ୍ରିଜ। କିନ୍ତୁ କାମ ଶେଷ ହେବାର ୭ ମାସ ନ ପୂରୁଣୁ ପୋଲରାସ୍ତାରେ ଦେଖାଦେଲାଣି ଫାଟ। ଏପରି ଅବସ୍ଥା ଦେଖାଦେଇଛି, ବାଲେଶ୍ୱର ସହରର ପ୍ରବେଶ ପଥ ତାମୁଳିଆ ଫ୍ଲାଏ ଓଭର ବ୍ରିଜରେ। ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ଦାବି ପରେ ଏହି ଫ୍ଲାଏ ଓଭର ନିର୍ମାଣ ହୋଇଥିଲେ ମଧ୍ୟ ଏବେ ରାସ୍ତାର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଲେଣି ଅଞ୍ଚଳବାସୀ।

ତାମୁଳିଆ ଫ୍ଲାଏ ଓଭର ବ୍ରିଜ ହେଉଛି ବାଲେଶ୍ୱର ସହରର ପ୍ରବେଶ ପଥ। ଏହାର ନିର୍ମାଣ ପାଇଁ ଦୀର୍ଘଦିନରୁ ବାଲେଶ୍ୱରବାସୀ ଦାବି କରି ଆସୁଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା ଏହି ପୋଲ। ମାତ୍ର ୭ ମାସ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ଏହି ବ୍ରିଜ୍‌। କିନ୍ତୁ ତିନି ଦିନ ଧରି ଲଗାଣ ବର୍ଷା ପରେ ଏହାର ଆପ୍ରୋଚ ରୋଡ଼ରେ ଦେଖାଦେଲାଣି ଫାଟ। ଏହା ଦେଖି ବ୍ରିଜ କାମର ମାନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଜିଲ୍ଲାବାସୀ ।

ଲଗାଣ ବର୍ଷାରେ ଆପ୍ରୋଚ ରୋଡ଼ ଦବି ଯିବା ସହ ବଡ଼ ବଡ଼ ଗାତ ମଧ୍ୟ ସୃଷ୍ଟି ହୋଇଛି। ଏହାବ୍ୟତୀତ ଫ୍ଲାଏ ଓଭରବ୍ରିଜର ଅନେକ ସ୍ଥାନରେ ମଧ୍ୟ ଫାଟ୍ ସୃଷ୍ଟି ହୋଇଛି। ବ୍ରିଜର ଦକ୍ଷିଣ ପାର୍ଶ୍ୱ ଆପ୍ରୋଚ ରୋଡ଼ ଦବିଯିବା ସହ ଗାତ ସୃଷ୍ଟି ହୋଇଛି । ନିର୍ମାଣ କାମ ଠିକ୍ ଭାବେ ହୋଇନଥିବାରୁ ଏପରି ଅବସ୍ଥା ଉପୁଜିଲା ବୋଲି ଅଭିଯୋଗ ହୋଇଛି। ଏଥିଯୋଗୁ ଦୈନଦିନ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି।

ଏପଟେ ପୁଲିସ୍‌ ପକ୍ଷରୁ ସାମୟିକ ସମୟ ପାଇଁ ସମ୍ପୃକ୍ତ ସ୍ଥାନରେ ସ୍ପିଡ୍ ବ୍ରେକର ଲଗାଯାଇଥିଲା। ଜିଲ୍ଲାପାଳ, ଏସ୍‌ପି ସମସ୍ତେ ଏହି ରାସ୍ତାରେ ଯାଉଥିଲେ ମଧ୍ୟ କାହାର ଏଥିପ୍ରତି ନଜର ପଡ଼ୁନି, ଯାହାକି ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଓ ଅଭିଯୋଗ ପରେ ତରବରିଆ ଭାବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲ ଉପରେ ସୃଷ୍ଟି ହୋଇଥିବା ଗାତର ମରାମତି କରିଛି ପୂର୍ତ୍ତ ବିଭାଗ। ବାଲେଶ୍ୱର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, କନଷ୍ଟ୍ରକସନ କମ୍ପାନୀକୁ ପୂରା ଟଙ୍କା ଦିଆଯାଇନି। ୩ ବର୍ଷ ଭିତରେ ପୋଲର ଯେକୌଣସି ଅସୁବିଧା ହେବ ସେ କାମ ଉକ୍ତ କମ୍ପାନୀ ହିଁ କରିବ। ଏପରି କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲେଶ୍ୱରବାସୀ।



from Odisha Reporter https://ift.tt/2n3jxVE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages