ଜାତିସଂଘ ସାମ୍ନାରେ ପାକିସ୍ତାନ ବିରୋଧରେ ନାରା ଦେଲେ ନିଜ ଦେଶର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ଜାତିସଂଘ ସାମ୍ନାରେ ପାକିସ୍ତାନ ବିରୋଧରେ ନାରା ଦେଲେ ନିଜ ଦେଶର ଲୋକ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆଜି ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଭଏସ ଅଫ୍ କରାଚି ନାମକ ଏକ ସଂଗଠନ ପାକିସ୍ତାନ ସରକାରର ଗୁମର ଖୋଲିଛି। ଜାତିସଂଘ ଚାରିପଟେ ଟ୍ରକ, ଟ୍ୟାକ୍ସିରେ ଡିଜିଟାଲ ମିଡିଆର ସାହାଯ୍ୟ ନେଇ ନିଜର ସ୍ୱର ଉତ୍ତୋଳନ କରିଛି ଭଏସ ଅଫ କରାଚି ସଂଗଠନ।

ଏହି ସଂଗଠନର ସଦସ୍ୟ ସମସ୍ତେ ମୋହାଜିର ଜାତିର। ପାକିସ୍ତାନରେ ଏମାନେ ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ପାକିସ୍ତାନରେ ଏହି ମୋହାଜିର ସଦସ୍ୟଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ। ପାକିସ୍ତାନ ସେନା ଏବଂ ସରକାର ଦ୍ୱାରା ଏହି ବର୍ଗର ଲୋକମାନେ ଅତ୍ୟାଚାର ଏବଂ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ବିଜ୍ଞାପନ ଜରିଆରେ ଦର୍ଶାଇଛନ୍ତି। ପାକିସ୍ତାନ ସରକାର ତାଙ୍କ କଥା ନଶୁଣିବା ପରେ ବାଧ୍ୟ ହୋଇ ଜାତିସଂଘ ପରିଷଦ ବୈଠକ ବେଳେ ସମସ୍ତ ଦେଶକୁ ଏବାବଦରେ ଅବଗତ କରାଇବାକୁ ଯାଇ ଭଏସ ଅଫ୍ ସଂଗଠନ ଏଭଳି ପ୍ରୟାସ କରିଛି।

ଦୀର୍ଘ ବର୍ଷ ଧରି ସେମାନଙ୍କ ଉପରେ ଅତ୍ୟାଚାର ହେଉଛି। ପାକିସ୍ତାନରେ ଏହି ବର୍ଗର ଲୋକଙ୍କ ସଂଖ୍ୟା ୨୫ ହଜାରରୁ ଅଧିକ ରହିଛି ବୋଲି ଭଏସ ଅଫ୍ କରାଚିର ସଦସ୍ୟ ତଥା କରାଚିର ପୂର୍ବତନ ମେୟର ଓ୍ୱସୟ ଜଲିଲ୍ କହିଛନ୍ତି।

ଭାରତରେ ଅଳ୍ପସଂଖ୍ୟକ ବା ମୁସଲିମ୍ ନିର୍ଯାତନାର ଶିକାର ହେଉଛି ବୋଲି ପାକିସ୍ତାନ ଯେଉଁ ଅଭିଯୋଗ ଆଣୁଛି ତାହା ଅମୂଳକ। ଏଥିରେ କୌଣସି ପ୍ରମାଣ ନାହିଁ। ବରଂ ନିଜେ ନିଜ ଦେଶରେ ଥିବା ଅଳ୍ପ ସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଭଏସ ଅଫ୍ କରାଚିର ଅଧ୍ୟକ୍ଷ ନଦୀମ ନୁସରତ କହିଛନ୍ତି। ଏ ନେଇ ଜାତିସଂଘର ଅଧ୍ୟକ୍ଷ ଜେନେରାଲ ଆଣ୍ଟୋନିଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛି ଭଏସ ଅଫ୍ କରାଚି।



from Odisha Reporter https://ift.tt/2nIVFqA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages