ସ୍କୁଲ ଯିବାକୁ ଭରସା କାଠ ପୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ସ୍କୁଲ ଯିବାକୁ ଭରସା କାଠ ପୋଲ

ଉମରକୋଟ(କାର୍ତ୍ତିକ ମଲ୍ଲିକ):ସରକାର ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରୁଥିବା ନେଇ ଡେଙ୍ଗୁରା ପିଟୁ଼ଥିବା ବେଳେ ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ହଇରାଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ମାଓ ପ୍ରବଣ ବରାଗୁଡ଼ା ଗାଁର ୪୦ରୁ ଊର୍ଦ୍ଧ୍ୱ ପିଲା। ହେଲେ ପାଠ ପ‍ଢ଼ିବାର ଅଦ୍ୟମ ଇଚ୍ଛା ଆଗରେ ହାର୍‌ ମାନିଛି ସବୁ ପ୍ରତିବନ୍ଧକ।

ଏହି ସ୍କୁଲଟି ବରାଗୁଡ଼ା ଗାଁରେ ସ୍ଥାପିତ ନ ହୋଇ ୨ କି.ମି ଦୂର ଗୁଡ଼ିପାରା ଗ୍ରାମରେ ରହିଛି। ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଏହାର କୁପରିଣାମ ଭୋଗୁଛନ୍ତି ଗାଁ ପିଲା ।

ବରାଗୁଡ଼ା ଗାଁ ସହ ଗୁଡ଼ିପାରା ଗ୍ରାମକୁ ସଂଯୋଗ କରିବା ନିମନ୍ତେ କୌଣସି ରାସ୍ତା ନିର୍ମିତ ହୋଇନାହିଁ। ତେଣୁ ପିଲାମାନେ ବାଧ୍ୟ ହୋଇ ବରାଗୁଡ଼ା ନାଳ ପାର ହୋଇ ଘଞ୍ଚ ଜଙ୍ଗଲ ଦେଇ ପ୍ରତିଦିନ ସ୍କୁଲ ଯାଇଥାନ୍ତି। ଅପରପକ୍ଷେ ପିଲାଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି ପରିବାର ଲୋକେ। ନାଳ ଶୁଖିଲା ଥିବା ବେଳେ ପିଲାମାନେ ତାହାକୁ ଅତିକ୍ରମ କରି ସ୍କୁଲ ଯାଉଥିବା ବେଳେ ବର୍ଷା ଦିନେ ବନ୍ଦ ରୁହେ ପାଠପଢ଼ା ।

ବରାଗୁଡ଼ା ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ ନିମନ୍ତେ ପକ୍କା ରାସ୍ତା ରହିଛି। ହେଲେ ଉକ୍ତ ରାସ୍ତା ଦେଇ ସ୍କୁଲ ଗଲେ ପ୍ରାୟ ୫ କି.ମିରୁ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ତେଣୁ ପିଲାମାନେ ଏହି ବିପଦସଙ୍କୁଳ ରାସ୍ତା ଦେଇ ନିତିଦିନ ସ୍କୁଲ ଯାଇଥାନ୍ତି। କେବଳ ସ୍କୁଲ୍ ନୁହେଁ  ଅଙ୍ଗନୱାଡି କେନ୍ଦ୍ର ମଧ୍ୟ  ଗୁଡ଼ିପାରାରେ ଥିବାରୁ ଗର୍ଭବତୀ ଓ ଶିଶୁଙ୍କୁ ମଧ୍ୟ ଘଞ୍ଚ ଜଙ୍ଗଲରେ ଚଲାଇ ଚଲାଇ ସେଠାକୁ ନିଆଯାଇଥାଏ।

ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପରିଶେଷରେ ଅତିଷ୍ଠ ହୋଇ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ପ୍ରାୟ ୨ ଦିନ ହେବ ଉକ୍ତ ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି। ଏହି କାଠ ପୋଲ ହିଁ ଏବେ ଯୋଗାଯୋଗର ମାଧ୍ୟମ। ଏହି ପୋଲ ଦେଇ ବିପଦସଙ୍କୁଳ ଅବସ୍ଥାରେ ଗାଁ ପିଲା ପାଠ ପଢ଼ିବା ଲାଗି ଗୁଡ଼ିପାରା ଗ୍ରାମକୁ ଯାଉଛନ୍ତି।

ଗାଁକୁ ରାସ୍ତା ନାହିଁ, ବ୍ରିଜ ନାହିଁ, ସ୍କୁଲ ନାହିଁ। ଛୋଟ ଛୋଟ ଛୁଆ ମଶାଣି, ନଦୀ ପାର ହୋଇ ଯାଉଛନ୍ତି। କେତେବେଳେ କ’ଣ ହେବ ସେ ସମ୍ପର୍କରେ କିଛି କହିବା ମୁସ୍କିଲ ବୋଲି କହିଛନ୍ତି ଗ୍ରାମବାସୀ।

ପ୍ରଶାସନିକ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ହେତୁ ଏପରି ପଦକ୍ଷେପ ନିଆଯାଇଛି। ଏହାକୁ ସୁଧାରିବାକୁ ପଦକ୍ଷେପ ନେବୁ ବୋଲି କହିଛନ୍ତି ଉମରକୋଟ ବିଡିଓ।



from Odisha Reporter https://ift.tt/2LFHDhI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages