ସମୁଦ୍ର ଖାଇଗଲାଣି ୪୦ରୁ ଅଧିକ ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ସମୁଦ୍ର ଖାଇଗଲାଣି ୪୦ରୁ ଅଧିକ ଘର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଦିନକୁ ଦିନ ଉଗ୍ର ହୋଇ ମାଡି ଆସୁଛି ସମୁଦ୍ର। ଅବିଶ୍ରାନ୍ତ ଜୁଆର ମାଡ଼ରେ ଲୀନ ହେବାକୁ ବସିଛି ଗଞ୍ଜାମ ଜିଲ୍ଲାର ରମେୟାପାଟଣା ଗାଁ। ଗତ ୩ ସପ୍ତାହ ଭିତରେ ଗାଁର ୪୦ରୁ ଅଧିକ ଘର ସମୁଦ୍ର ଗର୍ଭକୁ ଚାଲି ଗଲାଣି ।ହେଲେ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉ ନଥିବାରୁ ଆତଙ୍କିତ ଗାଁ ଲୋକେ।

ସେପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ୩ମାସ ହେଲା ସମୁଦ୍ରକୁ ମାଛ ମାରିବାକୁ ନଯାଇ ପେଟପାଟଣା ଚିନ୍ତାରେ ମତ୍ସଜୀବୀ ପରିବାର। ଗତ ୩ ସପ୍ତାହ ଭିତରେ ୪୦ରୁ ଅଧିକ ଘର ସମୁଦ୍ର ପେଟକୁ ଚାଲିଯିବା ପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କେବଳ ସମୁଦ୍ର ନୁହେଁ, ବାହୁଦା ନଦୀ ମୁହାଣ ବି ଲୋକଙ୍କ ହୃଦସ୍ପନ୍ଦନକୁ ଆହୁରି ବଢ଼େଇ ଦେଇଛି। ମୁହାଣ ପୋତି ହୋଇ ପଡୁଥିବାରୁ ସମୁଦ୍ର ଅଧିକ ଉଗ୍ର ରୂପ ନେଉଥିବାରୁ ଲୋକେ ନିଜ ଚେଷ୍ଟାରେ ଦୁଇ ଦୁଇ ଥର ମୁହାଣ ଖୋଳିସାରିଲେଣି।

ହେଲେ ବର୍ଷା ହେଲେ ପୁଣି ମୁହାଣ ସୃଷ୍ଟି ହେଉଥିବାରୁ ଥକି ଗଲେଣି ଗାଁଲୋକେ। ଗାଁ ଛାଡ଼ିବା ବ୍ୟତିତ ଆଉ ଅନ୍ୟ ଚାରା ଦିଶୁନି। ସମୁଦ୍ର ଖାଲି ଘର ଗିଳୁନି, ମତ୍ସ୍ୟଜୀବୀଙ୍କ ବେଉସା ବି ମାରିସାରିଲାଣି। ସମୁଦ୍ର ଅଶାନ୍ତ ରହୁଥିବାରୁ ମାଛ ମାରିବାକୁ ଯାଇପାରୁନାହାନ୍ତି ମତ୍ସଜୀବୀ।

ଫଳରେ ୩ମାସ ହେଲାଣି ବେଉସା ଭୋକ ଉପାସରେ ଦିନ କାଟୁଛନ୍ତି ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ପରିବାର। ହେଲେ ଅଭିଯୋଗ ହେଉଛି ଏଭଳି ସ୍ଥିତିରେ କୌଣସି ସ୍ଥାୟୀ ପଦକ୍ଷେପ ନନେଇ କେବଳ ମାତ୍ର ହଜାରେ ଟଙ୍କା, ଚୂଡ଼ା ଗୁଡ଼ ଦେଇ କିଛି ତାଳିପକା କାମ କରି ତୁନି ବସୁଛି ପ୍ରଶାସନ। ତେବେ ଜିଲ୍ଲାପାଳ କହିଛନ୍ତି ନୂଆ ଜ୍ଞାନକୌଶଳର ଉପଯୋଗରେ କିଭଳି ସମୁଦ୍ର ଲଂଘନକୁ ନିୟନ୍ତ୍ରଣ କରାଯିବ ସେ ନେଇ ଚିନ୍ତା କରାଯାଉଛି।



from Odisha Reporter https://ift.tt/31e6zn6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages