ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ। ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀ ସ୍ତରରେ ସମ୍ମାନିତ କରାଯାଇଛି। ମେକ୍ସିକୋର ବକାଲାର୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି।
ଏହି ମହୋତ୍ସବରେ ‘କୋକଲି’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବା ସହ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ କେମିତି ଓଡ଼ିଶାର ସମୁଦ୍ରକୂଳରେ ବାସ କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ପଡ଼ୁଛି, ତାହା ହିଁ ରହିଛି କୋକଲିର ମୁଖ୍ୟ ବିଷୟବସ୍ତୁ। ଏକ ପ୍ରେମ କାହାଣୀ ଛଳରେ ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏହାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।
କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ମଧ୍ୟ ବହୁତ ଉଚ୍ଚକୋଟୀର ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଗାର୍ଗୀ ମହାନ୍ତିଙ୍କ ଚମତ୍କାର ଅଭିନୟ ସହିତ ଲିଙ୍କନ ପଟ୍ଟନାୟକ, ଭାସ୍ୱତୀ ବସୁ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ବେଶ ହୃଦୟସ୍ପର୍ଶୀ ହୋଇଛି। ଫିଲ୍ମର କାହାଣୀ ନିର୍ଦ୍ଦେଶକ ସ୍ନେହାଶିଷ ଦାସ ରଚନା କରିଥିବାବେଳେ ପ୍ରଶାନ୍ତ ନାଏକ ଏହାର ସମ୍ପାଦନା କରିଛନ୍ତି।
from Odisha Reporter https://ift.tt/2LpzrDu
No comments:
Post a Comment