ବ୍ରହ୍ମପୁର (ଜଗନ୍ନାଥ ସାହୁ ): ଚିକିତ୍ସାରେ ଅବହେଳା ଅଭିଯୋଗରେ ବ୍ରହ୍ମପୁର ବଡ ମେଡିକାଲରେ ଡାକ୍ତର ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଅଞ୍ଚଳର ଅନୀଲ ନାୟକ ନାମକ ଯୁବକ ଚିକିତ୍ସା ନିମନ୍ତେ ନିଜ ମା’ଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଆଣିଥିଲେ । ତେବେ ସେଠାରେ ଚିକିତ୍ସାରେ ବିଳମ୍ବ ହେଉଥିବା ଅଭିଯୋଗ କରିବାରୁ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା ।
ଘଟଣା ସମ୍ପର୍କରେ ରୋଗୀଙ୍କ ସଂପର୍କୀୟ ମେଡିକାଲ ଫାଣ୍ଡିରେ ଏତଲା ଦେବାକୁ ଯିବା ବେଳେ କେତେକ ଡାକ୍ତରୀ ଛାତ୍ର ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରୀ ଛାତ୍ର ଥାନା ଘେରାଉ କରିଥିଲେ । ଏହି ଘଟଣା ପରେ ପୋଲିସ ରୋଗୀଙ୍କ ସଂପର୍କୀୟ ଅନୀଲଙ୍କୁ ବୈଦନାଥପୁର ଥାନାକୁ ଆଣିଛି । ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ର, ପୋଲିସ ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ରାତି ତମାମ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରିନି।
from Odisha Reporter https://ift.tt/2UJIt0Z
No comments:
Post a Comment