ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ନିଜ ଝିଅର ଇଜ୍ଜତ ସହ ଖେଳିବାକୁ ଉଦ୍ୟମ କରିଥିବା ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଛନ୍ତି ପୀଡ଼ିତାଙ୍କ ମା’। ଗୁରୁତର ଯୁବକଜଣକ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ।
ଅଭିଯୋଗ ଅନୁଯାୟୀ, ଗତକାଲି ଜଣେ ନାବାଳିକା ଓ ନିଜ ଭଉଣୀ ସହ ଘରେ ଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ଘରେ ପଶିଥିଲେ। ଘରେ ଆଉ କେହି ନ ଥିବା ସୁଯୋଗରେ ସେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ଅସଦାଚରଣ କରିଥିଲେ। ୨ ଭଉଣୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ। ଫଳରେ ଯୁବକ ଜଣକ ଫେରାର ହୋଇଯାଇଥିଲେ।
କିଛି ନାବାଳିକାଙ୍କ ମା’ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣିବା ପରେ ରାଗ ସମ୍ଭାଳି ପାରିନଥିଲେ। ସମ୍ପୃକ୍ତ ଯୁବକଙ୍କୁ ଖୋଜି ମାଲଗୋଦାମ ଅଞ୍ଚଳରେ ପାଇବା ପରେ ତା’ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ। ଯୁବକଜଣକ ସଂଜ୍ଞାହୀନ ଅବସ୍ଥାରେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ମା’ ଏନେଇ ପ୍ଲାଣ୍ଟସାଇଟ୍ ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2Zu71Rn
No comments:
Post a Comment