ମାତିଲେ ହାତୀ; ରାସ୍ତାକୁ ଓହ୍ଲାଇଲେ ଅତିଷ୍ଠ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 3, 2019

ମାତିଲେ ହାତୀ; ରାସ୍ତାକୁ ଓହ୍ଲାଇଲେ ଅତିଷ୍ଠ ଲୋକେ

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଅନ୍ଧାରଝରି ଗାଁରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ଗତକାଲି ରାତିରେ ହାତୀ ପଲ ଅନ୍ଧାରଝରି ଗାଁରେ ପଶି ୬ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ମାସେରୁ ଅଧିକ ହେବ ଏହି ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଆସୁଛନ୍ତି। ଏନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।


କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କେନ୍ଦୁଝର-କରଞ୍ଜିଆ ରାସ୍ତା ଅବରୋଧ କରିଥିଲେ। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ଯୋଗୁ କିଛି ସମୟ କରଞ୍ଜିଆ-କେନ୍ଦୁଝର ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା। ଉକ୍ତ ପଲରେ ୨୨ଟି ହାତୀ ଥିବା ଜଣାପଡ଼ିଛି।



from Odisha Reporter https://ift.tt/30QuSXY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages