ଘରେ ପ୍ରସ୍ତୁତ କରନ୍ତୁ ଆମ୍ବ ମୁରବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ଘରେ ପ୍ରସ୍ତୁତ କରନ୍ତୁ ଆମ୍ବ ମୁରବା

ଆବଶ୍ୟକ ସାମଗ୍ରୀ: କଞ୍ଚା ଆମ୍ବ, ଚିନି, ସାଇଟ୍ରିକ୍ ଏସିଡ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ: ମୁରବା ତିଆରି କରିବା ପାଇଁ କଞ୍ଚା ଆମ୍ବ ବାଛନ୍ତୁ। ପ୍ରଥମେ ଏହାକୁ ଧୋଇ ଚୋପା ଛଡ଼ାଇ, ଟାକୁଆ ବାହାର କରି ବଡ଼ ବଡ଼ ଖଣ୍ଡ କରି କାଟି ରଖନ୍ତୁ। ଆମ୍ବ ଖଣ୍ଡଗୁଡ଼ିକୁ ଲୁଣ ପାଣିରେ ଅଧ ଘଣ୍ଟାଯାଏଁ ପକାଇ ରଖନ୍ତୁ। ଏହାପରେ ଏକ ସଫା କପଡ଼ାରେ ଏହି ଆମ୍ବ ଖଣ୍ଡଗୁଡ଼ିକୁ ବାନ୍ଧି ଦଶ ମିନିଟ ରଖନ୍ତୁ।

ଏବେ ଚିନିରେ ପାଣି ଦେଇ ଭଲ ଭାବେ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ । ସେଥିରେ ଅଳ୍ପ ସାଇଟ୍ରିକ୍‌ ଏସିଡ୍‌ ପକାଇ ଗରମ କରିବା ପରେ ଛାଣି ଦିଅନ୍ତୁ।

ଏହି ମିଶ୍ରଣକୁ ଏକ ପ୍ୟାନ୍‌ରେ ଢାଳି ଗ୍ୟାସ୍‌ର ଆଞ୍ଚ ସ୍ଲୋ ରଖନ୍ତୁ। ସେଥିରେ ଆମ୍ବ ଖଣ୍ଡଗୁଡ଼ିକ ପକାଇ ଗୋଳାନ୍ତୁ। ଏହି ମିଶ୍ରଣକୁ ବହଳିଆ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ବର୍ତ୍ତମାନ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଆମ୍ବ ମୁରବା’। ଏହାକୁ ଥଣ୍ଡା କରି କାଚ ଜାରରେ ଭଲ ଭାବେ ବନ୍ଦ କରି ରଖନ୍ତୁ। ମଝିରେ  ମଝିରେ ଖରା ଦେଇ ଦିଅନ୍ତୁ। ବହୁ ଦିନ ପର୍ଯ୍ୟନ୍ତ ଏହା ସେପରି ରହିବ।



from Odisha Reporter https://ift.tt/2Q2qsfz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages