ଅଗଷ୍ଟ ୫ ପୂର୍ବରୁ କଶ୍ମୀରରେ ଗୋଳିଆ ପରିସ୍ଥିତି ଥିଲା: ଜୟଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ଅଗଷ୍ଟ ୫ ପୂର୍ବରୁ କଶ୍ମୀରରେ ଗୋଳିଆ ପରିସ୍ଥିତି ଥିଲା: ଜୟଶଙ୍କର

ନ୍ୟୁୟର୍କ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କାହିଁକି ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି? ଜାତିସଂଘ ସାଧାରଣ ପରିଷଦରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଧାରା ୩୭୦ ଉଚ୍ଛେଦ ପୂର୍ବରୁ କଶ୍ମୀର ଗୋଳିଆ ପରିସ୍ଥିତିରେ ଥିଲା। ଏହାପରେ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଇଥିଲା। କଟକଣା ଲଗାଇବାର ଉଦ୍ଦେଶ୍ୟ ଥିଲା ଯେମିତି ଏହି ପ୍ରସଙ୍ଗରେ କୌଣସି ହିଂସା କିମ୍ୱା ମୃତ୍ୟୁ ନହେଉ। ଉଦାହରଣ ଦେବାକୁ ଯାଇ ଜୟଶଙ୍କର ୨୦୧୬ ମସିହାରେ ଆତଙ୍କବାଦୀ ବୁରହନ ଓ୍ୱାନି ମୃତ୍ୟୁ ବାବଦରେ କହିଛନ୍ତି। ସେ କହିଛନ୍ତି ଏହି ଆତଙ୍କବାଦୀର ମୃତ୍ୟୁ ପରେ ଜମ୍ମୁ କଶ୍ମୀରରେ ହିଂସା ଦେଖିବାକୁ ମିଳିଥିଲା। ତେଣୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ବିଭିନ୍ନ ସ୍ଥାନରେ କଟକଣା ଲଗାଇଥିଲେ ବୋଲି ଜୟଶଙ୍କର କହିଛନ୍ତି।

୩୦ ବର୍ଷ ଭିତରେ ଏଯାବତ୍ ୪୨, ୦୦୦ ଲୋକଙ୍କ ମୃତ୍ୟୁ ଘଟିଛି ଆତଙ୍କବାଦୀଙ୍କ ପାଇଁ। ସ୍ଥିତି ଏମିତି ରହିଛି ଯେ ପୁଲିସ ଅଧିକାରୀଙ୍କୁ ମଧ୍ୟ ଶ୍ରୀନଗର ରାସ୍ତାରେ ହତ୍ୟାର ଶିକାର ହୋଇଛନ୍ତି। ଯେଉଁ ସାମ୍ୱାଦିକମାନେ ବିଚ୍ଛିନ୍ନତାବାଦୀ ନେତାଙ୍କ ବାବଦରେ ଲେଖୁଥିଲେ ସେମାନେ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି, ନହେଲେ ଅପହରଣ ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ଏବେ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି କିଛି ସ୍ଥାନରେ ପରିସ୍ଥିତିକୁ ନଜରରେ ରଖି ପ୍ରତିବନ୍ଧକ ବଳବତ୍ତର ରହିଛି ବୋଲି ସେ କହିଛନ୍ତି। ଏହାପରେ ଜୟଶଙ୍କର କହିଥିଲେ କିଭଳି ୧୯୪୭ରେ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ଜମ୍ମୁ କଶ୍ନୀର ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଚେଦ ହେବା ପରେ ହିଂସା ଆଶଙ୍କା କରି ଅଗଷ୍ଟ ୫ରେ ବିଭିନ୍ନ ସ୍ଥାନରେ କଟକଣା ଲଗାଇଥିଲା କେନ୍ଦ୍ର। ଯାହାକୁ ପାକିସ୍ତାନ ବେଆଇନ ଭାବରେ ଅସାମ୍ୱିଧାନିକ ବୋଲି କହି ଅନ୍ତର୍ଜାତୀକ ପ୍ରସଙ୍ଗ କରିଥିଲା। ପାକିସ୍ତାନ ଯେଉଁ ଉଦ୍ଦେଶ୍ୟରେ କଶ୍ମୀରକୁ ପ୍ରସଙ୍ଗ କରିଥିଲା ତାହା ସମ୍ପୂର୍ଣ୍ଣ ବିଫଳ ହୋଇସାରିଛି।



from Odisha Reporter https://ift.tt/2lfecd7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages