ମାସିକ ଖର୍ଚ୍ଚ ପାଇଁ ଆତଙ୍କବାଦୀ ହାଫିଜ୍ ସୟିଦ ଉଠାଇ ପାରିବ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ମାସିକ ଖର୍ଚ୍ଚ ପାଇଁ ଆତଙ୍କବାଦୀ ହାଫିଜ୍ ସୟିଦ ଉଠାଇ ପାରିବ ଟଙ୍କା

ନୂଆଦିଲ୍ଲୀ: ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହାଫିଜ୍ ସୟିଦ୍ ଏଣିକି ମାସିକ ୧,୫୦, ୦୦୦ ଟଙ୍କା ମାସିକ ଉଠାଇପାରିବ। ପାକିସ୍ତାନର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦ ଏହି ଅନୁମତି ଦେଇଛି। ହାଫିଜ୍ ସୟିଦ ଉପରେ ୪ ଜଣ ନିର୍ଭରଶୀଳ। ଘର ଚଳାଇବା ପାଇଁ ଟଙ୍କା ଆବଶ୍ୟକ ରହିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ହାଫିଜ୍ ଟଙ୍କା ଉଠାଇ ପାରୁନଥିଲା। ଏହାପରେ ଅଗଷ୍ଟ ୧୫ ତାରିଖରେ ପାକିସ୍ତାନ ସରକାର ଏକ ଚିଠି ମାଧ୍ୟମରେ ଜାତିସଂଘକୁ ଜଣାଇଥିଲେ। ଏନେଇ ଜାତିସଂଘ ଅନ୍ୟ ଦେଶ ମାନଙ୍କର ମତାମତ ମାଗିଥିଲା। କେହି ଆପତ୍ତି ନଉଠାଇବା ପରେ ଜାତିସଂଘ ସୁରକ୍ଷା ପରିଷଦ ମାସିକ ୧,୫୦, ୦୦୦ ଟଙ୍କା ଉଠାଇ ପାରିବା ପାଇଁ ହାଫିଜକୁ ଅନୁମତି ଦେଇଛି।

ହାଫିଜ ସୟିଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷିତ ହେବା ପରେ ତାର ସମସ୍ତ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଚ ପରେ ପ୍ରତିବନ୍ଧକ ଲଗାଯାଇଥିଲା। ଜାତିସଂଘର ୧୨୬୭ ଧାରା ଅନୁଯାୟୀ ଏହି ପ୍ରତିବନ୍ଧକ ଲଗାଯାଇଥିଲା। ଏମିତିକି ହାଫିଜର ବିଦେଶ ଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ଆତଙ୍କବାଦୀ ହାଫିଜ୍ ସୟିଦ୍ ଲାହୋର ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଭାବରେ ୧୯୭୪ରୁ ୧୯୯୯ ମସିହା ଯାଏ କାମ କରିଛି। ଚାକିରି ଛାଡ଼ିବା ପରେ ପାକିସ୍ତାନ ସରକାରଙ୍କ ତରଫରୁ ମାସିକ ୪୫, ୭୦୦ ଟଙ୍କା ପେନସନ ତାର ବ୍ୟାଙ୍କ ଆକାଉଣ୍ଟକୁ ଯାଇଥାଏ।

ଲଶ୍କର-ଏ-ତୋଇବା ଏବଂ ଜାମାତ୍-ଉଦ-ଦାଓ୍ୱା ଭଳି ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ହାଫିଜ୍ ସୟିଦ୍। ୨୦୦୮ରେ ହୋଇଥିବା ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ହାଫିଜ ନିର୍ଦ୍ଦେଶରେ ହୋଇଥିଲା। ଏଥିରେ ୧୬୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯେଉଁଥିରେ ଅନ୍ୟ ଦେଶର ଲୋକ ମଧ୍ୟ ଥିଲେ। ଏହାପରେ ଜାତିସଂଘ ସୁରକ୍ଷା ପରିଷଦ ହାଫିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା।

ଜୁଲାଇରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆମେରିକା ଯିବା ପୂର୍ବରୁ ହାଫିଜ୍ ସୟିଦକୁ ପାକିସ୍ତାନ ସରକାର ଜୁଲାଇ ୧୭ରେ ଗିରଫ କରିଥିଲେ। ଏବେ ତାକୁ ଜେଲରୁ ମୁକ୍ତ କରାଯାଇଛି ବୋଲି ଜଣାପଡ଼ିଛି। ହେଲେ ଏହାକୁ ପାକିସ୍ତାନ ସରକାର ଗୋପନୀୟ ରଖିଥିବା ଜଣାପଡ଼ିଛି।



from Odisha Reporter https://ift.tt/2lfOzch

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages