ଶାଓମି ଲଞ୍ଚ୍‌ କଲା ନୂଆ ବ୍ଲୁଟୁଥ୍ ସ୍ପିକର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 26, 2019

ଶାଓମି ଲଞ୍ଚ୍‌ କଲା ନୂଆ ବ୍ଲୁଟୁଥ୍ ସ୍ପିକର୍

ନୂଆଦିଲ୍ଲୀ: ଶାଓମି ଏକ Mi Outdoor ବ୍ଲୁଟୁଥ୍‌ ସ୍ପିକର୍‌ ଲଞ୍ଚ୍‌ କରିଛି। ଏହି ସ୍ପିକର୍‌କୁ IP55 ୱାଟର୍‌ ଓ ଡଷ୍ଟ ରେଜିଷ୍ଟେଣ୍ଟା, ବ୍ଲୁଟୁଥ୍ 5.0 ସପୋର୍ଟ ଓ ଚାର୍ଜିଂ ପାଇଁ ଏକ USB  ଟାଇପ୍-C ପୋର୍ଟ ସହ ଲଞ୍ଚ୍‌ କରାଯାଇଛି।

Mi Outdoor Bluetooth Speakerର ମୂଲ୍ୟ ଚିନ୍‌ରେ ଭାରତୀୟ ମୂଲ୍ୟ ଅନୁସାରେ ପ୍ରାୟ ୨୦୦୦ ଟଙ୍କା ରଖାଯାଇଛି। ଏବେ ଏହାର କେବଳ ବ୍ଲାକ୍ କଲର୍‌ ଉପଲବ୍ଧ ହେଉଛି। ଚିନ୍‌ରେ ଏହି ସ୍ପିକର୍‌ର ବିକ୍ରି ଆଜିଠୁ ଆରମ୍ଭ ହେଉଛି।

ଏହି ସ୍ପିକର ଲଗାତାର ଭାବେ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ। ଏଥିରେ 52mm ଡ୍ରାଇଭର୍ସ ସହ 600mAhର ବ୍ୟାଟେରୀ ଦିଆଯାଇଛି। ଏଥିରେ ୩୬୦ ଡିଗ୍ରୀ ଓମାନି ଡାଇରେକ୍ଶନ ସାଉଣ୍ଡ ବି ରହିଛି। ବିଶେଷ କଥା ହେଉଛି ଏଥିରେ ୱାନ୍‌-ବଟନ୍ ହ୍ୟାଣ୍ଡ୍ସ-ଫ୍ରି କଲିଂ ଫିଚର ଦିଆଯାଇଛି। ଏଥିସହ IP55 ସାର୍ଟିଫିକେଶନ୍‌ ମଧ୍ୟ ଦିଆଯାଇଛି।

କିଛିଦିନ ପୂର୍ବରୁ ଶାଓମି Mi AIrDots Pro 2 ବ୍ଲୁଟୁଥ୍ ଇୟରବଡ୍‌ ଲଞ୍ଚ୍‌ କରିଥିଲା। ଏଥିରେ ଡୁଆଲ୍ ମାଇକ୍ରୋଫୋନ୍‌ ସହ ଭଏସ୍‌ କଣ୍ଟ୍ରୋଲ୍‌ ଓ ନଏଜ୍ କ୍ୟାନ୍‌ସେଲେସନ୍‌ ଫିଚର ରହିଛି। ଏଥିରେ ଲଗାତାର୍ ୪ ଘଣ୍ଟା ଚାଲି ପାରିବା ଭଳି ବ୍ୟାଟେରୀ ରହିଛି।



from Odisha Reporter https://ift.tt/2m14wDE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages