ବଗାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ- ଏକ ପ୍ରେରଣାର ଉତ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ବଗାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ- ଏକ ପ୍ରେରଣାର ଉତ୍ସ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସରକାରୀ ସ୍କୁଲ୍‌ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଯେତେବେଳେ ବି ଚର୍ଚ୍ଚା ହୁଏ ନକାରାତ୍ମକ ପ୍ରତିକ୍ରିୟା ହିଁ ମିଳେ। ଖୁବ୍ କମ୍ ସମୟରେ କୌଣସି ସରକାରୀ ସ୍କୁଲ୍‌କୁ ନେଇ ଭଲ ଆଲୋଚନା ହୁଏ। ଆଉ ସେମିତି ସ୍କୁଲ୍‌ଟିଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ବଗାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏ ସ୍କୁଲ୍‌ଟି ଏକ ଘରୋଇ ସ୍କୁଲ୍‌ର ଭ୍ରମ ସୃଷ୍ଟି କରେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ଏହି ସ୍କୁଲ୍‌ରେ ଉତ୍ତମ ଭିତ୍ତିଭୂମି ଓ ସୁନ୍ଦର ପରିବେଶ ମଧ୍ୟରେ ଏଠାରେ ପିଲାମାନଙ୍କୁ ପାଠ ପଢ଼ାଯାଏ।

ଏହି ସ୍କୁଲ୍‌ରେ ପ୍ରବେଶ କରୁ କରୁ ହିଁ ଏହାର ଶିକ୍ଷକମାନେ ବେଶ୍ ଦାୟିତ୍ୱବାନ୍‌ ବୋଲି ସ୍ପଷ୍ଟ ହୋଇଯାଏ। ସ୍କୁଲ୍‌ ହତାଟି ଏକ ପାର୍କ ସଦୃଶ ହୋଇଛି। ବିଭିନ୍ନ ପ୍ରକାରର ଫୁଲ ସହିତ ଅନ୍ୟାନ୍ୟ ଗଛରେ ଏହା ଭର୍ତ୍ତି ହୋଇଛି। ସ୍କୁଲ୍‌ ପରିସର ପୂରା ପରିଷ୍କାର ପରିଚ୍ଛନ୍ନ ମଧ୍ୟ। ଏହା ସହିତ ଏଠାରେ ମଡର୍ଣ୍ଣ ଟଏଲେଟ୍‌ ଓ ହାଇଜେନିକ୍‌ କିଚେନ୍‌ ରହିଛି।

ସ୍କୁଲ୍‌ରେ ପିଲାଙ୍କ ପାଇଁ ଡିଜିଟାଲ୍ ଶ୍ରେଣୀ ଗୃହର ବ୍ୟବସ୍ଥା ହୋଇଛି। ତା’ସହିତ ଆକର୍ଷଣୀୟ ଲାଇବ୍ରେରୀଟିଏ ମଧ୍ୟ ଅଛି, ଯାହା ପିଲାମାନଙ୍କୁ ବିଭିନ୍ନ ଲେଖକଙ୍କ ପୁସ୍ତକ ସହିତ ପରିଚିତ କରାଇ ପାରୁଛି। ତେବେ ଏହି ସରକାରୀ ସ୍କୁଲର ଏଭଳି ପରିବର୍ତ୍ତିତ ରୂପରେଖ ପଛରେ ରହିଛି ସ୍କୁଲର ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଧାନଶିକ୍ଷକ ବିଶ୍ୱଜିତ ବେହେରାଙ୍କ ହାତ।

ଗତବର୍ଷ ଓଡ଼ିଶା ସରକାର ପୁରାତନ ଛାତ୍ରମାନଙ୍କୁ ସ୍କୁଲ୍‌ଗୁଡ଼ିକରେ ସାମିଲ କରି ସେମାନଙ୍କଠାରୁ ଅନୁଦାନ ସଂଗ୍ରହ କରି ସ୍କୁଲ୍‌ର ଉନ୍ନତି ପାଇଁ ’ମୋ ସ୍କୁଲ୍‌’ ଯୋଜନା ଆରମ୍ଭ କରିଥିଲେ। ଏହା ପରେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱଜିତ ବେହେରା ତାଙ୍କର ପୂରା ଶିକ୍ଷକ ଟିମ୍‌ ସହ ସମସ୍ତ ପୁରାତନ ଛାତ୍ରଙ୍କୁ ଯୋଗାଯୋଗ କରିଥିଲେ। ବାହାରେ ଚାକିରି କରୁଥିବା ତଥା ବ୍ୟବସାୟ କରୁଥିବା ସ୍କୁଲର ସମସ୍ତ ପୁରାତନ ଛାତ୍ରଙ୍କୁ ଯୋଗାଯୋଗ କରି ସେମାନେ ସ୍କୁଲ୍‌ର ବିକାଶ ପାଇଁ ଅନୁଦାନ ଦେବା ପାଇଁ ଅନୁରୋଧ କରିଥିଲେ। ପୁରାତନ ଛାତ୍ର ମାନଙ୍କଠୁ ୧ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ପ୍ରଧାନଶିକ୍ଷକ। ଏହାସହ ସରକାରଙ୍କଠୁ ୨ ଲକ୍ଷଟଙ୍କା ଆଣି ସ୍କୁଲ୍‌ର ଭିତ୍ତିଭୂମିର ବିକାଶ କରିଥିଲେ। ଫଳରେ ଏବେ ସ୍କୁଲ୍‌ରେ ଡିଜିଟାଲ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି।

ଏନେଇ ଜଣେ ଛାତ୍ରୀ ଶୁଭଦ୍ରା ନିଆଲ କହିଛନ୍ତି, “ଆମ ସ୍କୁଲରେ ଡିଜିଟାଲ୍ କ୍ଲାସ୍‌ ରୁମ୍‌ ରହିଛି। ସ୍ୱଚ୍ଛ ଶୌଚାଳୟ ରହିଛି। ବଗିଚା ମଧ୍ୟ ରହିଛି। ଆମେ ବି ଆମ ସ୍କୁଲକୁ ଉଚ୍ଚସ୍ତରରେ ପହଞ୍ଚାଇବୁ। ଭଲ ପାଠ ମଧ୍ୟ ପଢ଼ିବୁ।”

ପ୍ରଧାନ ଶିକ୍ଷକ ବିଶ୍ୱଜିତ ବେହାରା କହିଛନ୍ତି,“ସ୍କୁଲରେ ଡିଜିଟାଲ କ୍ଲାସ୍ ରୁମ୍ କଲା ପରେ ପିଲାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏକ ଭଲ ଶୈକ୍ଷିକ ବାତାବରଣ ଯୋଗୁ ପିଲାଙ୍କ ପାଠପଢ଼ାରେ ବେଶ୍‌ ଉନ୍ନତି ବି ହୋଇଛି।”

ଏକ ସରକାରୀ ସ୍କୁଲ୍‌ର ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବଗାଡ଼ରେ ଯେଉଁଭଳି ପ୍ରୟାସ କରାଯାଇଛି, ତାହା ସବୁ ସରକାରୀ ଶିକ୍ଷାନୁଷ୍ଠାନ, ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବ।



from Odisha Reporter https://ift.tt/2oqd1bX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages