ପରିବା ବିକାଳିଙ୍କ ପୁଅକୁ ଟିକେଟ୍ ଦେଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ପରିବା ବିକାଳିଙ୍କ ପୁଅକୁ ଟିକେଟ୍ ଦେଲା ବିଜେପି

ଲକ୍ଷ୍ନୌ: ରାଜନୀତିକ ଦଳ ଭିତରେ ଟିକେ ନିଆରା ବିଜେପି। ଦଳ ଏହାକୁ ବିଭିନ୍ନ ସମୟରେ ପ୍ରମାଣିତ କରିସାରିଛି। ଗତକାଲି ମଧ୍ୟ ଆଉଥରେ ପ୍ରମାଣିତ କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଉତ୍ତର ପ୍ରଦେଶର ୧୦ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଜଣେ ପରିବା ବିକାଳୀଙ୍କ ପୁଅକୁ ଦଳ ଟିକେଟ୍ ଦେଇଛି। ସେ ଉତ୍ତର ପ୍ରଦେଶର ଘୋଶି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। ତାଙ୍କ ନାମ ବିଜୟ ରାଜଭର।

ଦଳର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ରାଜଭର କହିଛନ୍ତି ମୋର ବାପା ନନ୍ଦ ଲାଲ ରାଜଭର ମୁନୁଷୀ ପୁରାରେ ପରିବା ବିକ୍ରି କରନ୍ତି। ଦଳ ତାଙ୍କ ଉପରେ ଯେଉଁ ଆଶା ରଖିଛି ଆଗାମୀ ଦିନରେ ପୂରଣ କରିବେ ବୋଲି ସେ କହିଛନ୍ତି।

ସେହିପରି ବିଧାୟକ ପ୍ରାର୍ଥୀଙ୍କ ବାପା ନନ୍ଦ ଲାଲ କହିଛନ୍ତି ବିଜେପି ତାଙ୍କ ପୁଅର ଅଗାଢ଼ ପରିଶ୍ରମର ପୁରଷ୍କାର ଦେଇଛି। ବିଜେପି ତାଙ୍କ ପୁଅକୁ ପ୍ରାର୍ଥୀ କରିଥିବାରୁ ସେ ବହୁତ ଆନନ୍ଦିତ ବୋଲି ନନ୍ଦ ଲାଲ କହିଛନ୍ତି।

ଆଗାମୀ ଦିନରେ ୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟରେ ବିଜେପି ମୋଟ୍ ୩୨ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ୨୧ ଅକ୍ଚୋବରରେ ଏହି ଆସନଗୁଡ଼ିକରେ ମତଦାନ ହେବ। ୨୪ ଅକ୍ଟୋବର ଏହାର ଫଳାଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଣେ ଚା ବିକାଳିର ପୁଅ। ତାଙ୍କୁ ଦଳ ଗୁଜରାଟ ମୁଖ୍ୟମନ୍ତ୍ରୀ କରିଛି। ପରେ ଦଳ ତାଙ୍କୁ ୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା। ସେହିପରି ଏବେର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପରିବାର ମଧ୍ୟ ବିଜେପିରେ ସାମିଲ୍ ନଥିଲେ। ପ୍ରଥମେ ସେ ଦଳର ପୋଷ୍ଚର ମାରୁଥିଲେ। ଏହାପରେ ସେ ଗୁଜରାଟର ବିଧାୟକ, ଗୃହମନ୍ତ୍ରୀ ହେବା ପରେ ଦଳର ସଭାପତି ହୋଇଛନ୍ତି।



from Odisha Reporter https://ift.tt/2mNA940

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages