‘ଦାବି ପୂରଣ ନହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ରରେ ମିଶିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 10, 2019

‘ଦାବି ପୂରଣ ନହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ରରେ ମିଶିବୁ’

ଲମତାପୁଟ(ଓଡ଼ିଶା ରିପୋର୍ଟର): ଦାବି ପୂରଣ ନ ହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶରେ ମିଶିବାକୁ ଧମକ ଦେଇଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ। ଗତକାଲି ମାଲକାନଗିରି ଜିଲ୍ଲା ଓରାପଦରରେ ସମାବେଶ ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଏଭଳି ଧମକ ଦେଇଥିଲେ ବିଚ୍ଛିନ୍ନାଞ୍ଚଳର ୬ଟି ପଞ୍ଚାୟତବାସୀ।

ଅଭିଯୋଗ ଅନୁସାରେ, ବିଚ୍ଛିନ୍ନାଞ୍ଚଳରେ ରହିଥିବା ପଣସପୁଟ, ଅଣ୍ଡରାପାଲି, ଜଡାଆମ୍ବ, ଯନ୍ତ୍ରୀ, ଗାଜୁଲ ମାମୁଡି ଓ ମୁଦୁଲିପଡ଼ା ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ଶିକ୍ଷକ ନାହାନ୍ତି। ଏହାସହ ନିୟମିତ ସ୍କୁଲ ଓ ଅଙ୍ଗନବାଡି ମଧ୍ୟ ଖୋଲାଯାଉନି। ତେଣୁ ତୁରନ୍ତ ଭଙ୍ଗା ସ୍କୁଲ ମରାମତି କରିବା ସହ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ହଷ୍ଟେଲ ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି।

ସେହିପରି ପଣସପୁଟ, ଅଣ୍ଡରାପଲି, ଯନ୍ତ୍ରୀ, ଗାଜୁଲ ମାମୁଡି ଓ ମୁଦୁଲି ଗୁଡ଼ା ପଞ୍ଚାୟତରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି। ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ରାଜ୍ୟ ସରକାର ଦେଇଥିବା ସମସ୍ତ ସୁବିଧା ଫେରାଇ ଆନ୍ଧ୍ର ପ୍ରଦେଶରେ ମିଶିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି। ଏନେଇ ଆସନ୍ତା ୨୬ ତାରିଖରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଚ୍ଛିନ୍ନାଞ୍ଚଳବାସୀ କହିଛନ୍ତି।



from Odisha Reporter https://ift.tt/2I0OUaL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages