ରିଜେକ୍ଟ ହେବା ପରେ କ’ଣ କରନ୍ତି ଲିପ୍ସା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 10, 2019

ରିଜେକ୍ଟ ହେବା ପରେ କ’ଣ କରନ୍ତି ଲିପ୍ସା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କିଛି ଲୁହ ପିଇଯାଏ ଓଠ’ର ଖୁସି ହୁଅନ୍ତୁ ଅବା ‘ତୋ ଆଗଣାର ତୁଳସୀ ମୁଁ’ ଧାରାବାହିକରେ ତୁଳସୀ। ଅଭିନେତ୍ରୀ ଲିପ୍ସା ମିଶ୍ର ତାଙ୍କ ଅଭିନୀତ ସମସ୍ତ ଚରିତ୍ରକୁ ସମ୍ପୂର୍ଣ୍ଣ ନ୍ୟାୟ ଦେଇଛନ୍ତି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଏକ ରିଆଲିଟି ଶୋ ‘ବିଗ୍‌ ବ୍ରେକ୍‌’ର ବିଜୟିନୀ ହେବା ପରେ ସେ ଅଭିନୟ ଜଗତକୁ ଆସିଥିଲେ। ପ୍ରଥମ ସିରିଏଲ୍‌ ଥିଲା ‘କିଛି ଲୁହ ପିଇଯାଏ ଓଠ’। ତାପରେ ଲିପ୍ସା ‘ମାୟା’ ଫିଲ୍ମ ମାଧ୍ୟମରେ ବଡ ପରଦାରେ ନଜର ଆସିଥିଲେ। କେବଳ ଫିଲ୍ମ ନୁହେଁ ବଲିଉଡ୍‌ରେ ଲିପ୍ସା  ଥିଏଟର ବି କରୁଛନ୍ତି। ତେବେ ଅଭିନୟ କ୍ଷେତ୍ରରେ ଏତେ ଦୂର ଆସିବା ପରେ ଲିପ୍ସାଙ୍କୁ ଯେତେବେଳେ ଅଭିନୟ କ୍ଷେତ୍ରରେ ପ୍ରତ୍ୟାଖ୍ୟାନ ବା ରିଜେକ୍ସନର ସାମ୍ନା କରିବାକୁ ପଡ଼େ ସେ କେମିତି ଅନୁଭବ କରନ୍ତି ବୋଲି ପଚାରିବାରୁ ଲିପ୍ସା କୁହନ୍ତି। ଆଜି ସେ ଯାହା କିଛି ଶିଖିଛନ୍ତି ସେ ସବୁ ରିଜେକ୍ସନ୍‌ରୁ।

ସେ ଅନେକଥର ରିଜେକ୍ସନର ସାମ୍ନା କରିଛନ୍ତି। ଗୋଟେ  କଳାକାର ପାଇଁ ଏହା ଏକ ସାଧାରଣ କଥା। ସେ ଯେତେବେଳେ ବମ୍ବେ ଯାଇ ଅଡିସନ୍‌ ଦେଉଥିଲେ ସେତେବେଳେ ତାଙ୍କୁ ରିଜେକ୍ସନ୍‌ର ସାମ୍ନା କରିବାକୁ ପଡୁଥିଲା। ସେ ବାରମ୍ବାର ଅଡିସନ୍‌ ଦେଉଥିଲେ ଏବଂ ବାରମ୍ବାର ରିଜେକ୍ଟ ହେଉଥିଲେ। ସେତେବେଳେ ସେ ବିଭିନ୍ନ ବଡ଼ ବଡ଼ କଳାକାରଙ୍କ ସଂଘର୍ଷର କାହାଣୀ ଶୁଣୁଥିଲେ। ସେ ଦେଖିଲେ ବଲିଉଡ୍‌ର ଆଗଧାଡ଼ିର କିଛି ଅଭିନେତ୍ରୀମାନେ ପ୍ରଥମ ଫିଲ୍ମ ହିଟ୍‌ ହେବା ପୂର୍ବରୁ ଏମିତିକି ୨୦ ଥର ରିଜେକ୍ଟ ହୋଇଛନ୍ତି।  ରିଜେକ୍ସନରୁ ସବୁବେଳେ କିଛି ଶିଖିବା ପାଇଁ ମିଳେ। ତେଣୁ କିଛି ଭଲ ହେବ ଭାବି ସେ ରିଜେକ୍ସନକୁ କେବେ ଡରିନଥାନ୍ତି।

ସୂଚନା ଅନୁଯାୟୀ, ଆଗକୁ ଲିପ୍ସା ମିଶ୍ରଙ୍କ ଫିଲ୍ମ ‘ସହିଦ୍‌ ରଘୁ ସର୍ଦ୍ଦାର’ ନିର୍ମାଣ ହେବାକୁ ଯାଉଛି। କାହାଣୀଟି ମହାନ ସ୍ୱାଧୀନତା ସଂଗ୍ରାମୀ ରଘୁ ସର୍ଦ୍ଦାରଙ୍କ ବୀରଗାଥା ଉପରେ ପର୍ଯ୍ୟବସିତ। ଫିଲ୍ମରେ ମୁଖ୍ୟ ଭୂମିକାରେ ଦେବାଶିଷ, ଲିପ୍‌ସା, ସନ୍ତୋଷ ଓ କାବ୍ୟାଙ୍କୁ ଦେଖିବାକୁ ମିଳିବ।



from Odisha Reporter https://ift.tt/2NW8GrM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages