କଟକ(ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁ ସହ ଆରମ୍ଭ ହୋଇଛି ମହାମାୟାଙ୍କ ନବରାତ୍ର ପୂଜା। ଶକ୍ତିପୀଠରେ ନବରାତ୍ର ପୂଜା ଅବସରରେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ। ଦୀପ, ଧୂପ ଓ ନୈବେଦ୍ୟ ଦେଇ ମାଆଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ।
ନବରାତ୍ର ପୂଜା ପାଇଁ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ ମନ୍ଦିରରେ ମାଆଙ୍କ ଭିନ୍ନ ଭିନ୍ନ ବେଶ ଆରମ୍ଭ ହୋଇଛି। ଗତକାଲି ମାଆ କଟକ ଚଣ୍ଡୀ ଉଗ୍ରତାରା ବେଶରେ ଦର୍ଶନ ଦେଇଥିବା ବେଳେ ଗଡ଼ଚଣ୍ଡୀ ବନଦୁର୍ଗା ବେଶରେ ଦର୍ଶନ ଦେଇଥିଲେ।
ମାଆଙ୍କ ଏହି ବେଶ ଆଜି ଅପରାହ୍ଣ ୪ଟା ଯାଏ ରହିବ। ୪ଟା ପରେ ମାଆ କଟକ ଚଣ୍ଡୀଙ୍କର ହରଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କର ଅନ୍ନପୂର୍ଣ୍ଣା ବେଶ ହେବ।
from Odisha Reporter https://ift.tt/2nGKLBM
No comments:
Post a Comment