ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରଗ୍ସ ମାଫିଆ ସେକ୍ ରାଜା ଘରେ କ୍ରାଇମ୍ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଚଢ଼ଉ କରିଛି। ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାରର ଗଳାପୋଲ ସ୍ଥିତ ତା’ ଘରେ ଏସ୍ଟିଏଫ୍ର ୫ ଜଣିଆ ଟିମ୍ ଚଢ଼ଉ କରିବା ସହ ତା’ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ସେକ୍ ରାଜାର ଡ୍ରଗ୍ସ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏସ୍ଟିଏଫ୍ ଟିମ୍ ଏମିତି ଖୋଳତାଡ଼ ଜାରି ରଖିଛି।
ସୂଚନାଯୋଗ୍ୟ, ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କୁ ଗତକାଲି ସ୍ପେଶାଲ୍ ଏସ୍ଟିଏଫ୍ ଗିରଫ କରିଥିଲା। ଗତ ୧୬ ତାରିଖରେ ରାଜାକୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା। ତଦନ୍ତ ବେଳେ ରାଜାର ବିଦେଶ ଲିଙ୍କ୍ ରହିଥିବା ଘଟଣା ସାମ୍ନାକୁ ଆସିଥିଲା। ରାଜା ରାଜସ୍ଥାନ ଓ ଗୋଆ ସହିତ ବାଂଲାଦେଶ ଓ ନେପାଳରେ ମଧ୍ୟ ବ୍ରାଉନସୁଗାର କାରବାର କରୁଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା।
from Odisha Reporter https://ift.tt/2Qp5gAH
No comments:
Post a Comment