୨୯ରୁ ଆରମ୍ଭ Realme ସେଲ୍: ଏହିସବୁ ସ୍ମାର୍ଟଫୋନ୍‌ରେ ମିଳିବ ଆକର୍ଷଣୀୟ ରିହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

୨୯ରୁ ଆରମ୍ଭ Realme ସେଲ୍: ଏହିସବୁ ସ୍ମାର୍ଟଫୋନ୍‌ରେ ମିଳିବ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: Flipkart ଓ Amazon ନିଜର ଫେଷ୍ଟିଭ୍‌ ସେଲ୍‌ର ଘୋଷଣା କରିସାରିଲେଣି। ଏବେ ଚାଇନିଜ୍‌ କମ୍ପାନୀ Realme ମଧ୍ୟ ନିଜ ଫେଷ୍ଟିଭ୍ ସେଲ୍‌ର ସୂଚନା ଦେଇଛି। କମ୍ପାନୀ ନିଜ ୱେବସାଇଟ୍‌ରେ ଏକ ବ୍ୟାନର୍ ଜାରି କରିଛି। ଏଥିରେ ଲେଖାହୋଇଛି ଯେ ସେଲ୍‌ ଆସନ୍ତା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ।

ସେଲ୍‌ରେ କମ୍ପାନୀ ସମସ୍ତ Realme ଡିଭାଇସ୍‌ ସହ ଏକ୍ସଟେଣ୍ଡ ୱାରେଣ୍ଟି ଦେବ। ଏଥିସହ ଗ୍ରାହକ Bajaj finserv ଓ ICICI ବ୍ୟାଙ୍କ ସହ ନୋ କଷ୍ଟ EMIର ଲାଭ ପାଇବେ। ଏଥିସହ ସେଲ୍‌ ସମୟରେ Cashifyରେ ଅଧିକ ୫୦୦ ଟଙ୍କା ରିହାତି, Paytmରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍, Mobikwikରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ସୁପର୍ କ୍ୟାଶ୍, ICICI ବ୍ୟାଙ୍କ କ୍ରେଡିଟ୍‌ କାର୍ଡ଼ରେ ୫୦୦ ଟଙ୍କା କ୍ୟାଶବ୍ୟାକ୍ ଓ କମ୍ପ୍ଲିଟ୍‌ ମୋବାଇଲ ପ୍ରୋଟେକ୍ସନ୍‌ର ଲାଭ ମିଳିବ।

ସେଲ୍‌ରେ ସ୍ମାର୍ଟଫୋନ୍‌ରେ ଥିବା ଅଫର୍‌ ଅନୁଯାୟୀ Realme 5(4GB/64GB)କୁ ଗ୍ରାହକ ୧୦ ହଜାର ୯୯୯ ଟଙ୍କା ବଦଳରେ ୮ ହଜାର ୯୯୯ ଟଙ୍କାରେ କିଣିପାରିବେ। ସେହିପରି Realme 3 Pro(6GB/128GB) କୁ ଗ୍ରାହକ ୧୧ ହଜାର ୯୯୯ ଟଙ୍କା ବଦଳରେ ମାତ୍ର ୧୧ ହଜାର ୯୯୯ ଟଙ୍କାରେ କିଣିପାରିବେ। ଏବଂ  Realme C2କୁ ମଧ୍ୟ ୭ ହଜାର ୯୯୯ ଟଙ୍କା ବଦଳରେ କମ୍ପାନୀ କିଛି କମ୍‌ ମୂଲ୍ୟରେ ବିକ୍ରି କରିବ। ଏସବୁ ସ୍ମାର୍ଟଫୋନ୍ସରେ ମିଳିବାକୁ ଥିବା ଡିସ୍‌କାଉଣ୍ଟ ବିଷୟରେ ସମସ୍ତ ସୂଚନା କମ୍ପାନୀ ୨୩ ତାରିଖ ଘୋଷଣା କରିବ।

ଏସବୁ ଫୋନ୍‌ ବ୍ୟତୀତ Realme ଫେଷ୍ଟିଭ୍ ସେଲ୍‌ରେ ନୂଆ ସ୍ମାର୍ଟଫୋନ୍ସ XT, Realme 5 Pro, Realme U1, Realme 3, Realme 2 Pro, Realme X ଓ Realme 3i ଉପରେ ମଧ୍ୟ ବିଶେଷ ରିହାତି ଦିଆଯିବ। ଏଥିସହ କମ୍ପାନୀ ଘୋଷଣା କରିଛି ଯେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୪ ଭିତରେ ସ୍ପେଶାଲ୍ କୁପନ ମଧ୍ୟ ମିଳିବ। ଏହାବ୍ୟତୀତ କମ୍ପାନୀ ମୁତାବକ ପ୍ରତିଦିନ ମଧ୍ୟାହ୍ଣ ୧୨ଟାବେଳେ ଫ୍ଲାସ୍‌ ସେଲ୍‌ କରାଯିବ, ଯେଉଁଥିରେ ମୋବାଇଲ ଉପରେ ୫୦ ପ୍ରତିଶତ ଡିସ୍‌କାଉଣ୍ଟ ଦିଆଯିବ।

 

 



from Odisha Reporter https://ift.tt/2ABikIv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages