ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଜି. କେ. ବିଧି ଥାନା ଅନ୍ତର୍ଗତ ମାଡ଼ିଗାମାଲୁ ଗାଁରୁ ପ୍ରାୟ ୫ କିଲୋମିଟର ଦୂର ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ଅନେକ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।
ଗତକାଲି ସନ୍ଧ୍ୟାରେ ଏହି ଗୁଳିବିନିମୟ ହୋଇଥିଲା। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ନକ୍ସଲ ପାର୍ଟି) ପକ୍ଷରୁ ସେପ୍ଟେମ୍ୱର ୨୧ରୁ ୨୮ ତାରିଖ ଯାଏ ପ୍ରତିଷ୍ଠା ସପ୍ତାହ ପାଳନ କରାଯାଉଥିବା ବେଳେ ଗତକାଲି ଆନ୍ଧ୍ର ଗ୍ରେହାଉଣ୍ଡ ଓ ସ୍ପେଶାଲ୍ ପ୍ରୋଟେକ୍ସନ ଫୋର୍ସ ମିଳିତ ଭାବେ ଏହି ଅପରେସନ୍ କରିଥିଲେ। ଆଉ ଏଥିରେ ସେମାନଙ୍କୁ ସଫଳତା ମିଳିଛି। ଏହି ଅପରେସନ୍ ପରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି। ଏଥିସହ ଓଡ଼ିଶା ପୁଲିସ୍ ଓଡ଼ିଶା ସୀମାକୁ ସିଲ୍ କରିଦେଇଛି।
from Odisha Reporter https://ift.tt/2ldBikq
No comments:
Post a Comment