ଅଜଣା ରୋଗ ଆତଙ୍କ; ତିନି ମାସରେ ମଲେଣି ୭ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ଅଜଣା ରୋଗ ଆତଙ୍କ; ତିନି ମାସରେ ମଲେଣି ୭ ଜଣ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ବାଙ୍ଗୁରୁଗୁଡ଼ା ଗାଁରେ ଅଜଣା ରୋଗ ଆତଙ୍କରେ ଗତ ୩ ମାସ ଭିତରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ସକାଳେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ତିନି ଜଣ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଗତକାଲି କୁନ୍ଦୁଲି ଡାକ୍ତରଖାନାର ଏକ ଡାକ୍ତରୀ ଦଳ ଗାଁକୁ ଯାଇ ଖାଦ୍ୟ ନମୂନା ପରୀକ୍ଷା କରିବା ସହ ପାଣି ନମୂନା ମଧ୍ୟ ସଂଗ୍ରହ କରିଥିଲେ।

କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦଧିବାବନ ତ୍ରିପାଠୀ କହିଛନ୍ତି,“ଗତକାଲି ଏକ ଡାକ୍ତରୀ ଦଳ ଗାଁକୁ ଯାଇଥିଲେ। ସେମାନେ ଖାଦ୍ୟ ନମୂନା ପରୀକ୍ଷା କରିବା ସହ ପାଣି ନମୂନା ମଧ୍ୟ ସଂଗ୍ରହ କରିଛନ୍ତି। ଆଜି ଆଉ ଏକ ଡାକ୍ତରୀ ଦଳ ପ୍ରଭାବିତ ଗାଁକୁ ଯିବେ।”

ଜଣେ ଗ୍ରାମବାସୀ କହିଛନ୍ତି,“୪ ବର୍ଷ ତଳେ ଏପରି ଅଜଣା ରୋଗ ଆତଙ୍କ ଗାଁରେ ଦେଖା ଦେଇଥିଲା। ତେବେ ରୋଗ ନିରୂପଣ ଏବଂ ଏହାର ସଠିକ ନିରାକରଣ ବ୍ୟବସ୍ଥା ହୋଇପାରି ନଥିଲା।। ଆମ ଗାଁରେ ପିଇବା ପାଣିର ଅସୁବିଧା ରହିଛି। ହୋଇଥାଇପାରେ ପାଣି ଯୋଗୁ ଏହି ରୋଗ ହେଉଛି।”



from Odisha Reporter https://ift.tt/2mK5ynq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages