ଗାଁ ଦାଣ୍ଡରେ ଘୋଷାରି ଘୋଷାରି ବୋହୂକୁ ପିଟିଲେ ଶ୍ୱଶୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ଗାଁ ଦାଣ୍ଡରେ ଘୋଷାରି ଘୋଷାରି ବୋହୂକୁ ପିଟିଲେ ଶ୍ୱଶୁର

ଯାଜପୁର (ଅଭୟ ପତି): ଝିଅବୋହୂଙ୍କୁ ଘରର ଇଜ୍ଜତ ବୋଲି କୁହାଯାଏ। ସେମାନଙ୍କ ସମ୍ମାନ ରକ୍ଷା ଲାଗି ପରିବାରର ସମସ୍ତେ ଯତ୍ନଶୀଳ ଥା’ନ୍ତି। ହେଲେ ଯାଜପୁର ଜିଲା କୋରେଇ ଥାନା ଧନେଶ୍ୱର ଗାଁରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଏଠାରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ ବିଭିନ୍ନ ବର୍ଗର ଲୋକେ ଏ ଘଟଣାକୁ ଖୁବ୍ ନିନ୍ଦା କରିଛନ୍ତି।

ଭିଡିଓରେ ଯେଉଁ ବ୍ୟକ୍ତି ଜଣଙ୍କ ମାଡ଼ ମାରୁଛନ୍ତି, ତାଙ୍କ ନାଁ ନବୀନ ବେହେରା। ବର୍ଷା ଯୋଗୁ କାଦୁଅ ହୋଇଯାଇଥିବା ଗାଁ ରାସ୍ତାରେ ଠାଏ ଠାଏ ପାଣି ଜମି ରହିଥିବା ବେଳେ ସେଥିରେ ବୋହୂର ଚୁଟିକୁ ଧରି ଘୋଷାରି ଘୋଷାରି ନେଇ ସେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ବୋହୂ ନପିଟିବାକୁ ଯେତେ ଅନୁରୋଧ କଲେ ବି ସେ କିଛି ଶୁଣୁ ନାହାନ୍ତି। ପାଖରେ ତାଙ୍କ ଶାଶୂ ଚାରୁଲତା ଏକ କାଠ ଫାଳିଆ ଛିଡ଼ା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ସେ ସମୟରେ କିଛି ଗ୍ରାମବାସୀ ମଧ୍ୟ ବୋହୂକୁ ନ ପିଟିବାକୁ ଅନୁରୋଧ କରୁଥିବା ଏଥିରେ ଶୁଣିବାକୁ ମିଳୁଛି।

ଶାଶୂ ଓ ଶ୍ୱଶୁରଙ୍କ ଏଭଳି ଆଚରଣ ପରେ ବୋହୂଟି ଘରକୁ ଯିବାକୁ ମଧ୍ୟ ମନା କରିଛି। ଜଣେ ସଂପର୍କୀୟଙ୍କୁ ସେ ଏ କଥା କହୁଥିବାର ଶୁଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଶାଶୂ-ବୋହୂଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନ ଥିବା ବେଳେ ପ୍ରାୟ ସମୟରେ ସେମାନଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହେ। ଏପରିକି ଏହି ବିବାଦ ଥାନାରେ ମଧ୍ୟ ପହଞ୍ଚିଥିଲା।



from Odisha Reporter https://ift.tt/2ngXWca

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages