ଡେଙ୍ଗୁ ଜ୍ୱରର ଚିକିତ୍ସା ପାଇଁ ଔଷଧ ବତାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ଡେଙ୍ଗୁ ଜ୍ୱରର ଚିକିତ୍ସା ପାଇଁ ଔଷଧ ବତାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଡେଙ୍ଗୁ ଜ୍ୱରକୁ ନେଇ ସାରା ଦେଶରେ ଅନେକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଏବେ ଏହି ଜ୍ୱରର ଚିକିତ୍ସାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ୱତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଡେଙ୍ଗୁ ଜ୍ୱରର ଚିକିତ୍ସା ‘ପାରାସିଟାମଲ’ ଟାବଲେଟ ଖାଇଲେ ଭଲ ହୋଇପାରିବେ। ୫୦୦ଏମଜି ପରିବର୍ତ୍ତେ ୬୫୦ ଏମଜିର ଟାବଲେଟ ଖାଇି ବିଶ୍ରାମ ନେବା ଦରକାର।  ନିଜ ରାଜ୍ୟର ଲୋକଙ୍କ ସହ ଡେଙ୍ଗୁ ଜ୍ୱର ବାବଦରେ କଥା ହେବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର। ଡେଙ୍ଗୁ ମହାମାରୀ ଭଳି ଏକ ରୋଗ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।

ଚଳିତବର୍ଷ ଉତ୍ତରାଖଣ୍ଡରେ ଏଯାବତ ଡେଙ୍ଗୁ ରୋଗରେ ଶିକାର ହୋଇସାରିଲେଣି ୪୮୦୦ ଲୋକ। ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି।

ଏଯାବତ ଉତ୍ତରାଖଣ୍ଡରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଥିରୁ ୪ ଡେରାଡୁନ ଏବଂ ୨ ଜଣ ହରିଦ୍ୱାରର ବୋଲି ସେ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଲୋକ ଡେଙ୍ଗୁର ଶିକାର ହୋଇଥିବାରୁ ଅଧିକ ଡେଙ୍ଗୁ ଟେଷ୍ଟ ସେଣ୍ଟର ଖୋଲା ହୋଇଛି ବୋଲି ସରକାରଙ୍କ ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ସୂଚନାଯୋଗ୍ୟ, ଡେଙ୍ଗୁ ଜ୍ୱରରେ କେହି ଆକ୍ରାନ୍ତ ହୋଇଥିଲେ ଡାକ୍ତର ଦେଖାନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହୁଅନ୍ତୁ। କାହା କଥାରେ କିମ୍ୱା ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ।



from Odisha Reporter https://ift.tt/2nmk19j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages