‘ମୂଷା ପୁଣି ଥରେ ଗାତକୁ ଫେରିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

‘ମୂଷା ପୁଣି ଥରେ ଗାତକୁ ଫେରିଛି’

ମୁମ୍ୱାଇ : #metoo ଅଭିଯାନରେ ବଲିଉଡ୍‌ରେ ଅନେକ ଲୋକପ୍ରିୟ କଳାକାରଙ୍କ ଉପରେ ଅଭିଯୋଗ ଲାଗିଥିଲା। ଏହି ଅଭିଯୋଗ ପାଇଁ କିଛି କଳାକାରଙ୍କୁ କାମ ମଧ୍ୟ ମିଳିନଥିଲା। ବର୍ତ୍ତମାନ ସେଥି ମଧ୍ୟରୁ କିଛି କଳାକାର ବଲିଉଡ୍‌କୁ ପୁଣି ଥରେ ଫେରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନୁ ମଲିକ ହେଉଛନ୍ତି ଜଣେ।

ଅନୁଙ୍କ ଉପରେ ସିଙ୍ଗର ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ ୨୦୧୮ରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଆଧାର କରି ଅନୁଙ୍କୁ ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ରେ ବ୍ୟାନ୍‌ କରାଯାଇଥିଲା। କିନ୍ତୁ ମିଳିଥିବା ସଦ୍ୟ ସୂଚନା ଅନୁସାରେ ଅନୁ ମଲିକ ପୁଣି ଥରେ ‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’କୁ ଫେରୁଛନ୍ତି।

ଶୋ’କୁ ଅନୁ ମଲିକ ଫେରିବା ଖବର ଗାୟିକା ଶୁଣି ସୋନା ମହାପାତ୍ର ଏହାକୁ ନିନ୍ଦା କରିଛନ୍ତି। ଏନେଇ ଟ୍ୱିଟ୍‌ କରି ସୋନା କହିଛନ୍ତି, ‘ଅନୁଙ୍କୁ ପୁଣି ଥରେ ଶୋ’କୁ ଆସିବା ପାଇଁ ଅନୁମତି ଦେଇ ସୋନି ଟିଭି ଭାରତରେ ପିଲାଙ୍କ ଉତ୍ତମ ଭବିଷ୍ୟତ ଓ ସୁରକ୍ଷା କଥା ଚିନ୍ତା କରୁଥିବା ବ୍ୟକ୍ତିଙ୍କ ମୁହଁରେ ଚାପୁଡ଼ା ମାରିଛି। ଏପରିକି ହାସ୍‌ ଟ୍ୟାଗ୍‌ ଦେଇ ସୋନା ‘ମୂଷା ପୁଣି ଥରେ ଗାତକୁ ଫେରିଛି’ ବୋଲି ଲେଖିଛନ୍ତି।’

ସୋନାଙ୍କ ବ୍ୟତୀତ ସିଙ୍ଗର୍‌ ଶ୍ୱେତା ପଣ୍ଡିତ ମଧ୍ୟ ଅନୁଙ୍କ ଉପରେ ଅଭିଯୋଗ ଆଣିଥିଲେ। ଶ୍ୱେତା କହିଥିଲେ, ‘ଯେବେ ସେ ୧୫ ବର୍ଷର ଥିଲେ, ଅନୁ ମଲିକ ତାଙ୍କୁ କିସ୍‌ ମାଗିଥିଲେ। ଏହା ବଦଳରେ ଅନୁ ଶ୍ୱେତାଙ୍କୁ ଗୀତ ଗାଇବା ପାଇଁ ଦେବେ ବୋଲି କହିଥିଲେ।’

ସୂଚନାଯୋଗ୍ୟ ଯେ ଅନୁ ମଲିକ ‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ର ସୁଟିଙ୍ଗ୍‌ ଆରମ୍ଭ କରି ସାରିଛନ୍ତି। ଏହି ସୁଟ୍‌ରେ ତାଙ୍କ ସହିତ ନେହା କକ୍କର୍‌ ଓ ବିଶାଲ ଡଡଲାନୀ ରହିଛନ୍ତି।

‘ମିଡ୍ ଡେ’ର ରିପୋର୍ଟ ଅନୁସାରେ ‘ଇଣ୍ଡିଆନ୍‌ ଆଇଡଲ୍‌’ର ମେକର୍ସ ଓ ସୋନି ଟିଭି ଅନୁଙ୍କୁ ପୁଣି ଥରେ ଶୋ’କୁ ବିଚାରପତି ଭାବରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର କାରଣ ଅନୁଙ୍କ ଶୈର୍‌ ଓ ଶାୟରୀ ପାଇଁ ଇଣ୍ଡିଆନ୍‌ ଆଇଡଲ୍‌ ପରିଚିତ। ୨୦୦୪ରୁ ଏହି ଶୋ’ ଆରମ୍ଭ ପରଠାରୁ ଅନୁ ମଲିକ ଏଥିରେ ବିଚାରପତି ରହି ଆସିଛନ୍ତି। କିନ୍ତୁ ଶୋ’କୁ ଫେରିବା ବିଷୟରେ ଅନୁ ମଲିକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।



from Odisha Reporter https://ift.tt/30fZVLW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages